କନକ ବ୍ୟୁରୋ : ଆସିଲା ବାତ୍ୟାର ଗତିପଥ । କେଉଁ ବାଟ ଦେଇ ବାତ୍ୟା ଯିବ ସେ ନେଇ ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆକଳନ ଅନୁସାରେ ଓଡ଼ିଶା ଛୁଇଁନପାରେ ବାତ୍ୟା । ଏହା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଉଛି ବାତ୍ୟା ସିତ୍ରାଙ୍ଗ । ଗତିପଥ ଅନୁସାରେ ଓଡ଼ିଶା ଉପକୂଳର କିଛି ଦୂରରେ ରହି ପଶ୍ଚିମବଙ୍ଗ ମୁହାଁ ହେବ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ଅବପାତର ରୂପ ନେବ । ୨୩ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ଏହା ପରେ ୨୪ ତାରିଖରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା ଉତର-ଉତର ପୂର୍ବ ଦିଗରେ ଗତି କରିବ । ୨୫ ତାରିଖ ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଂଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
Follow Us