କନକ ବ୍ୟୁରୋ : ମାଲିକାନାକୁ ନେଇ ଦ୍ୱନ୍ଦ୍ୱରେ ପୋଲିସ । ଥାନାରେ ହାଜର ହେଲା ଗାଈ । ଧଉଳି ଥାନା ନଖାଉରପାଟଣା ଗ୍ରାମରେ ଘଟିଛି ଏଭଳି ଏକ ରୋଚକ ଘଟଣା । ଜଣେ ମହିଳା ଗାଈଟି ତାଙ୍କର ବୋଲି ଦାବି କରୁଥିବା ବେଳେ ଆଉ ଜଣେ ମହିଳାଙ୍କ ଗୁହାଳରୁ ଗାଈକୁ ଫିଟାଇ ନେଇ ତାଙ୍କର ବୋଲି ଦାବି କରୁଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଗାଈ କାହାର ? ଏ ନେଇ ପୋଲିସ ମଧ୍ୟ ଦ୍ୱନ୍ଦ୍ୱରେ ପଡିଛି । ଏପରି ଟଣାଓଟରା ଭିତରେ ଗାଈକୁ ଥାନାରେ ହାଜର କରାଯାଇଛି ।
ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ସୂଚନାନୁସାରେ, ଜଣେ ମହିଳାଙ୍କ ଗୁହାଳରେ ଗାଈଟି ବନ୍ଧା ହୋଇଥିଲା । ଆଜି ଭୋରୁ ଭୋରୁଉକ୍ତ ଥାନା ଅଧୀନ ଖଟୁଆପଡା ଗ୍ରାମର ଜଣେ ବ୍ୟକ୍ତି ଗାଈକୁ ଫିଟାଇ ନେଇଥିଲେ । ନେଇଥିବା ବ୍ୟକ୍ତିଙ୍କ ଦାବି ଯେ ଗାଈଟି ତାଙ୍କର ମହିଳା ବି ନଛୋଡ ବନ୍ଦା । ସେ ମଧ୍ୟ କହୁଛନ୍ତି ଗାଈଟି ତାଙ୍କର । ତେଣୁ କଥା ଯାଇ ଥାନାରେ ପହଞ୍ଚିଛି । ଶେଷରେ ପୋଲିସ ଗାଈଟିକୁ ନେଇ ଥାନାରୁ ଆଣିଛି ।
ମହିଳାଙ୍କ କହିବାନୁଯାୟୀ, ଦୀର୍ଘ ଗୋଟେ ମାସ ହେବ ଗାଈଟି ଗୋଠକୁ ଯାଇ ଆଉ ଫେରିନଥିଲା । ସେ ବହୁ ଖୋଜା ଖୋଜି କରିବା ପରେ ଗାଈଟି ବିଲରେ ଚରୁଥିବା ଦେଖି ଗ୍ରାମବାସୀମାନେ ତାଙ୍କୁ ଖବର ଦେଇଥିଲେ । ମହିଳା ସେଠାରୁ ଗାଈଟିକୁ ଘରକୁ ନେଇ ଆସିଥିଲେ । ଗାଈକୁ ଗୁହାଳରୁ ଫିଟାଇନେଇଥିବା ବ୍ୟକ୍ତି କହିଛନ୍ତି, ଯେ ଗାଈଟି ଆସି ମୋ ଗୁହାଳରେ ମନକୁ ମନ ରହିଥିଲା । ହେଲେ ପୋଲିସ ମଧ୍ୟ ଦ୍ୱନ୍ଦ୍ୱରେ ପଡିଛି ଗାଈର ପ୍ରକୃତ ମାଲିକ କିଏ ଜାଣିପାରୁନି ।