ଟି-୨୦ ବିଶ୍ୱକପ୍ : ଏବେ ଭାରତକୁ ଆଫଗାନିସ୍ତାନ ଭରସା !

138

କନକ ବ୍ୟୁରୋ : ପରାଜୟରୁ ଟି-୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ପାଇଁ ଏବେ ଆଫଗାନିସ୍ତାନ ଭରସା ସାଜିଛି । ପ୍ରଥମ ଦୁଇଟି ମ୍ୟାଚରେ ବଡ଼ ପରାଜୟ ପରେ ଭାରତ ସେମିଫାଇନାଲ ରେସରେ ପଛରେ ପଡିଥିଲା । କିନ୍ତୁ କ୍ରମାଗତ ଦୁଇଟି ବିଜୟ ପରେ ଏବେ ଟିମ୍ ଇଣ୍ଡିଆ ସେମିଫାଇନାଲ ଯିବାର ସମ୍ଭାବନା ବଢିଯାଇଛି । ଆଉ ଏଥିପାଇଁ ଏବେ ଆଫଗାନିସ୍ତାନକୁ ଭରସା କରିଛି ବିରାଟ ବାହିନୀ ।

ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ ଉପରେ ସମସ୍ତଙ୍କ ନଜର । ଏହି ମ୍ୟାଚ୍ ଏହି ଦୁଇ ଦଳ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ ଅଧିକ ଭାରତ ପାଇଁ । କାରଣ ଏହି ମ୍ୟାଚ ହିଁ ନିର୍ଣ୍ଣୟ କରିବ ଭାରତ ସେମିଫାଇନାଲକୁ ଯିବ କି ନାହିଁ । ଏହି ମ୍ୟାଚରେ ଯଦି ନ୍ୟୁଜିଲାଣ୍ଡ ବିଜୟୀ ହୁଏ, ତେବେ ଭାରତ ସେମିଫାଇନାଲରୁ ବାଦ ପଡିବ । ଗ୍ରୁପ-ବିରୁ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିବେ । କିନ୍ତୁ ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ମାତ୍ ଦିଏ. ତେବେ ସେମିଫାଇନାଲକୁ ଯିବାକୁ ଭାରତର ସମ୍ଭାବନା ଅଧିକ ରହିବ ।

ସ୍କଟଲ୍ୟାଣ୍ଡକୁ ଭାରତ ହରାଇବା ପରେ ସେମିଫାଇନାଲକୁ ଯିବା ପାଇଁ ଆଶା ଉଜ୍ଜୀବିତ ହୋଇଛି । ଆଫଗାନିସ୍ତାନ ପରେ ସ୍କଟଲ୍ୟାଣ୍ଡକୁ ଭାରତ ହରାଇବା ପରେ ଏହି ଆଶା ଉଜ୍ଜୀବିତ ହୋଇଛି । ଭାରତକୁ କିନ୍ତୁ ସେମିଫାଇନାଲକୁ ଯିବାକୁ ହେଲେ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ମ୍ୟାଚ ଉପରେ ନିର୍ଭର କରିବାକୁ ହେବ । ଯଦି ଏଠାରେ ନ୍ୟୁଜିଲ୍ୟାଣ୍ଡ ପରାସ୍ତ କରୁଛି ତାହେଲେ ଯାଇ ଭାରତ ସେମିଫାଇନାଲ ଆଶା ଉଜ୍ଜୀବିତ ହେବ । ତେଣୁ ଆସନ୍ତାକାଲି ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଭାରତ ଗତକାଲି ପ୍ରଥମେ ବୋଲିଂ କରି ସ୍କଟଲ୍ୟାଣ୍ଡକୁ ୮୫ ରନରେ ଅଲଆଉଟ୍ କରି ଦେଇଥିଲା । ଏହାପରେ ଭାରତ ୭ ଓଭର ଭିତରେ ଧୂଆଁଧାର ବ୍ୟାଟିଂ କରି ବାଜିମାତ କରିଛି । ଯେଉଁଥିପାଇଁ ଭାରତର ନେଟ୍ ରନ୍ ରେଟ୍ +୧.୬୧୯ ହୋଇଛି । ପୂର୍ବରୁ ଭାରତ ଆଫଗାନିସ୍ତାନ ବିରୋଧରେ ବଜୟ ହାସଲ କରିଥଲ।। ତେଣୁ ଦୁଇଟି ମ୍ୟାଚ ଜିତି ଭାରତ ଏବେ ମୋଟ୍ ୪ ପଏଂଟ ହାସଲ କରିଛି । ହେଲେ ସେମିଫାଇନାଲକୁ ଯିବାକୁ ହେଲେ ଏବେ ଭାରତ ୨ ପଏଂଟ ପଛରେ ରହିଛି ।