କନକ ବ୍ୟୁରୋ: ସାରା ଦେଶରେ ଏବେ କୋଭିଡ୍ ଟିକାକରଣ ଜୋରସୋରରେ ଆଗେଇ ଚାଲିଛି । ଲୋକମାନେ ମହାମାରୀ କୋଭିଡ୍ କବଳରୁ ମୁକ୍ତି ପାଇବା ପାଇଁ ଟିକାକରଣରେ ସାମିଲ ହେଉଛନ୍ତି । ହେଲେ ଏହାରି ଭିତରେ କୋଭିଡ୍ ଟିକା ନେବା ପରେ ୨୦ଦିନ ଭିତରେ ଦେଖାଯାଉଥିବା କିଛି ଲକ୍ଷଣ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ନଜର ପକାନ୍ତୁ, ଟିକା ନେବା ପରେ କେଉଁ ଲକ୍ଷଣ ଦେଖାଦେଲେ, ରହିବେ ସତର୍କ..
- ଟିକା ନେବା ପରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
- ଛାତିରେ ଭୀଷଣ ଯନ୍ତ୍ରଣା ହେବା
- ହାତ, ଗୋଡରେ ଯନ୍ତ୍ରଣା ହେବା କିମ୍ବା ଦରଜ ଅନୁଭବ କରିବା
- ବାନ୍ତି କିମ୍ବା ଲଗାତାରା ପେଟରେ ଯନ୍ତ୍ରଣା ଅନୁଭବ ହେବା
- ଟିକା ନେବା ପରେ ମୂର୍ଚ୍ଛା ହେବା
- ଇଞ୍ଜେକ୍ସନ ନେଇଥିବା ସ୍ଥାନର ପାଖରେ ଛୋଟ ଛୋଟ ଦାଗ ସୃଷ୍ଟି ହେବା
- ଆଖିକୁ ଧୂଆଁଳିଆ ଦିଶିବା
- ବିନା କୌଣସି କାରଣରେ ଲଗାତାର ବାନ୍ତି ହେବା
- ଶରୀରର କୌଣସି ଅଙ୍ଗ ହଠାତ୍ ଦୁର୍ବଳ ହୋଇଯିବା
- ଭୀଷଣ ଭାବେ ମୁଣ୍ଡବିନ୍ଧା ହେବା
ଟିକା ନେବା ପରେ, ୨୦ ଦିନ ଭିତରେ ଆପଣଙ୍କ ପାଖରେ ଏହି ସବୁ ଲକ୍ଷଣ ଦେଖା ଦେଉଥିଲେ ଆପଣଙ୍କୁ ସତର୍କ ରହିବାକୁ ପଡିବ । ତା ସହିତ ଆପଣ ଏନେଇ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ ।