ବାଲେଶ୍ୱର, ଭଦ୍ରକରେ କଣ ରହିବ ଖୋଲା ? ୬୦ ଘଣ୍ଟିଆ ସଟଡାଉନ ସରିବା ପରେ ଦୁଇ ଜିଲ୍ଲାରେ କେଉଁ ଦୋକାନ ଖୋଲା ରହିବ ? ଜାଣନ୍ତୁ ପୂରା ତଥ୍ୟ

1,117

କନକ ବ୍ୟୁରୋ: ଭଦ୍ରକ, ବାଲେଶ୍ୱରରେ ସରିଲା ୬୦ ଘଣ୍ଟିଆ ସଟଡାଉନ । ଦୁଇ ଜିଲ୍ଲାରେ ସଟଡାଉନ ହଟିବା ପରେ ସଂଶୋଧିତ ବିଜ୍ଞପ୍ତି ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ତେବେ ନୂଆ ବିଜ୍ଞପ୍ତି ଅନୁସାରେ ଦୁଇ ଜିଲ୍ଲାରେ କଣ ଖୋଲା ରହିବ କଣ ବନ୍ଦ ରହିବ ଜାଣନ୍ତୁ ।

ଭଦ୍ରକରେ ଖୋଲା ରହିବ ପାଥୋଲାବ, ତେଜରାତି ଦୋକାନ, ବେକେରି, ପରିବା ଦୋକାନ, ମାଛ ଓ ମାଂସ ଦୋକାନ, ଫଳ ଦୋକାନ, ବହି ଦୋକାନ, ଏଲପିଜି ଗ୍ୟାସ୍ ଏଜେନ୍ସି ଓ ପରିବହନ, କୃଷି ଉପକରଣ ମରାମତି ଦୋକାନ । ସେହିପରି ଇଲେକଟ୍ରୋନିକ୍ସ ଦୋକାନ ଓ ଏସମ୍ପର୍କିତ ମରାମତି ଦୋକାନ, ମୋବାଇଲ ରିଜାର୍ଚ ଦୋକାନ, ସାଇକେଲ ମରାମତି ଦୋକାନ, ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଦୋକାନ, ସାଧାରଣ ସେବା କେନ୍ଦ୍ର ଖୋଲା ରହିବ । ତେବେ ଏସବୁ ଦୋକାନ ସକାଳ ୫ଟାରୁ ଅପରାହ୍ନ ୧ଟା ଯାଏଁ ଖୋଲା ରହିବ ।

ସେପଟେ ଔଷଧ ଦୋକାନ ସକାଳ ୬ଟାରୁ ଦିନ ୧୦ଟା ପର୍ୟ୍ୟନ୍ତ ଖୋଲା ରହିବ । ହସ୍ପିଟାଲ ପରିସରରେ ଥିବା ଔଷଧ ଦୋକାନ ୨୪ ଘଣ୍ଟା ଖୋଲା ରହିବ । ପେଟ୍ରୋଲ ପମ୍ପ ସକାଳ ୬ରୁ ସଂଧ୍ୟା ୬ ଖୋଲା ରହିବ । ଜାତୀୟ ରାଜପଥ ନିକଟରେ ଥିବା ପେଟ୍ରୋଲ ପମ୍ପ ୨୪ ଘଣ୍ଟା ଖୋଲା । ଜାତୀୟ ରାଜପଥ ନିକଟରେ ଥିବା ଢାବା ୨୪ ଘଣ୍ଟା ଖୋଲା ରହିବ । ରେଷ୍ଟୁରାଣ୍ଟରୁ ପାର୍ସଲ ନେଇପାରିବେ, ରେଷ୍ଟୁରାଣ୍ଟ ସକାଳ ୬ରୁ ସଂଧ୍ୟା ୬ ଖୋଲା । ତେବେ ଏସବୁ ଦୋକାନ ଖୋଲିବା ବେଳେ ବିଶେଷ ଧ୍ୟାନ ରଖିବାକୁ ହେବ । କ୍ରେତା, ବିକ୍ରେତା ଓ କର୍ମଚାରୀ ମାସ୍କ ପିନ୍ଧିବା ଜରୁରୀ । ସାମାଜିକ ଦୂରତ୍ୱ ଏହି ସମୟରେ ବଜାୟ ରଖିବାକୁ ହେବ । ବୟସ୍କ ଓ ଛୋଟ ପିଲାଙ୍କୁ ବାହାରକୁ ନବାହରିବାକୁ ପରାମର୍ଶ ।

ସେହିପରି ବାଲେଶ୍ୱରରେ ସକାଳ ୬ଟାରୁ ଦିନ ୨ଟା ଯାଏଁ ଖୋଲିବ ଦୋକାନ । ତେଜରାତି ଦୋକାନ, ବେକେରି, ପରିବା ଦୋକାନ, ଆମିଷ ଦୋକାନ,ବହି ଦୋକାନ, କୃଷି ସରଞ୍ଜାମ ମରାମତି ଦୋକାନ ଖୋଲା । ଏଲପିଜି ଗ୍ୟାସ୍‌ ଯୋଗାଣ ସେବା, ସିମେଣ୍ଟ, ଛଡ଼, ଗୃହନିର୍ମାଣ ସାମଗ୍ରୀ ଦୋକାନ, ବିଦ୍ୟୁତ ଉପକରଣ ଓ ମରାମତି ଦୋକାନ, ଫଟୋ ଷ୍ଟୁଡିଓ, ମୋବାଇଲ ରିଚାର୍ଜ ଦୋକାନ ଖୋଲା ରହିବ ।ତେବେ କୃଷିଜାତ ଦ୍ରବ୍ୟ ଓ ସମ୍ପର୍କିତ ସେବା ଜାରି ରହିବ । ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଦୋକାନ ୨୪ ଘଣ୍ଟା ଖୋଲା । ସ୍ୱାସ୍ଥ୍ୟସେବା ଓ ଆମ୍ବୁଲାନ୍ସ ସେବା ୨୪ ଘଣ୍ଟା ଖୋଲା । ମେଡିସିନ ଓ ଅପ୍ଟିକାଲ ଷ୍ଟୋର ୨୪ ଘଣ୍ଟା ଖୋଲା । ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ସକାଳ ୬ରୁ ୨ଟା ଖୋଲା ରହିବ ।