କେଉଁ ଥାଳିର କଥା କହିଲେ ଜୟା ବଚ୍ଚନ ? ବଲିଉଡରେ କେତେ ଦୂର ରହିଛି ବଂଶବାଦ ? ଥାଳିର ଯେତେବେଳେ ସଫେଇ ହେବ ସେତେବେଳେ ବଡବଡ ସିକ୍ରେଟ ପଦାକୁ ଆସିଯିବ

259

କନକ ବ୍ୟୁରୋ : ଜୟା ବଚ୍ଚନ ଥାଳିଧରି ବଲିଉଡର ଆରତି କରୁଛନ୍ତି । ତାଙ୍କ ନଜରରେ ବଲିଉଡଠାରୁ ଦୁନିଆଁରେ ପବିତ୍ର ଆଉକିଛି ନାହିଁ । ଏହା ଉପରେ କେହି ପାଟି ଖୋଲି ପାରିବେନି । କେହି ଆଙ୍ଗୁଠି ଦେଖାଇ ପାରିବେନି । ଏହା ଫଳରେ ଇମେଜ ଖରାପ ହେବ । ଯିଏ ଆଙ୍ଗୁଠି ଦେଖିଉଛି, ସିଏ ଥାଳିରେ କଣା କରୁଛି ।

ଯଦି ବଲିଉଡ ଡ୍ରଗ୍ସର ନର୍ଦ୍ଦମା ହୋଇସାରିଛି, ତାହାହେଲେ ସଫା କାହିଁକି ହେବନାହିଁ?
କାହିଁକି ବଲିଉଡ ଡ୍ରଗ୍ସର ନର୍ଦ୍ଦମା ହୋଇସାରିଛି କହିଲେ ରାଗ ମୁଣ୍ଡରେ ଚଢି ଯାଉଛି?

ଜୟା ବଚ୍ଚନ ଯେଉଁ ଥାଳିର କଥା କହୁଛନ୍ତି , ବଲିଉଡର ସେହି ଥାଳି ଉପରେ ନଜର ପକାନ୍ତୁ । ଆପଣ ସବୁ ବୁଝିପାରିବେ ଯେ, କାହିଁକି ଏହି ଥାଳି ସଫା କରିବାକୁ ଚାହୁଁ ନାହାନ୍ତି କିଛି ଲୋକ । କାହିଁକି କାହାରିକୁ ଏହି ପ୍ରସଙ୍ଗରେ କହିବାକୁ ଦେଉ ନାହାନ୍ତି । ଏ ହେଉଛି ବଲିଉଡର ସେହି ଥାଳି ଯେଉଁଥିରେ- ବଂଶବାଦ ଅଛି । ବଲିଉଡର ଜଣେ ପ୍ରମିସିଂ ଆକ୍ଟର ସୁଶାନ୍ତ ସିଂ ରାଜପୁତ ଏହାର ଶିକାର ବନିଗଲେ । ଏଥିରେ ଆୱାର୍ଡ ଫିକ୍ସିଂ ଅଛି । ସୁଶାନ୍ତ ନିଜର ଫିଲ୍ମି କ୍ୟାରିୟରରେ ଏହାର ବି ଶିକାର ହୋଇଛନ୍ତି ।

ଏହି ଥାଳିରେ କାଷ୍ଟିଂ କାଉଚ୍ ବି ରହିଛି । ଜଣାନାହିଁ କେତେ ଯୁବ କଳାକାର ଏହି ନର୍କ ଯନ୍ତ୍ରଣାକୁ ଭୋଗିଛନ୍ତି । ଏଥିରେ ଅଣ୍ଡରୱାର୍ଲ୍ଡ ବି ଅଛି । ଏହାର କନେକ୍ସନ କାହାକୁ ଜଣାନାହିଁ? ଏଥିରେ ଡ୍ରଗ୍ସ ପାର୍ଟି ଓ ଡ୍ରଗ୍ସ ରାକେଟ୍ ବି ରହିଛି । ରିଆ ଗ୍ୟାଙ୍କ ଏହାର ସବୁଠାରୁ ବଡ ପ୍ରମାଣ ଭାବରେ ସାମ୍ନାକୁ ଆସିଛି । ଜୟା ବଚ୍ଚନଙ୍କୁ ଆଉ କେତେ ପ୍ରମାଣ ଦରକାର ଏହି ଥାଳିରେ ଥିବା ନର୍ଦ୍ଦମାକୁ ବୟାନ କରିବା ପାଇଁ?

ଜୟା ବଚ୍ଚନ ଓ ତାଙ୍କୁ ମସିହା ବୋଲି ଭାବୁଥିବା କଳାକାର ଏହି ଥାଳି ନେଇ ତାଙ୍କ ଆରତି କରୁଥାନ୍ତୁ । କିନ୍ତୁ ସତ କଣ ତାହା ଧିରେଧିରେ ଦେଶ ଜାଣିବାକୁ ଲାଗିଛି । ଆଉ ସତ ଜାଣିବା ପରେ କେହି ଚୁପ ରହିବ କେମିତି? ଏହି ଥାଳିର ଯେତେବେଳେ ସଫେଇ ହେବ ସେତେବେଳେ ବଡବଡ ସିକ୍ରେଟ ପଦାକୁ ଆସିଯିବ । ବଡ ବଡ ଚେହେରା ବେପରଦା ହୋଇଯିବ । ନର୍ଦ୍ଦମାରେ ମଇଳା ବହୁତ ଅଛି । ତେଣୁ ସଫେଇ ହେଲେ ଆଉ କେହି ସୁଶାନ୍ତ ଏହି ନର୍ଦ୍ଦମାର ଶିକାର ହେବନାହିଁ । କୁହାଯାଉଛି ଜୟା ବଚ୍ଚନଙ୍କୁ ସେହି ମାନଙ୍କ ସମର୍ଥନ ଜୋରସୋରରେ ମିଳୁଛି, ଯେଉଁମାନେ ବଲିଉଡର ଏହି ଡିଫେନ୍ସ ୱିଙ୍ଗର ସଦସ୍ୟ ମୂଳରୁ ରହିଆସିଛନ୍ତି ।