କନକ ବ୍ୟୁରୋ: ଝାରସୁଗୁଡା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହେଉଛି ବ୍ରଜରାଜନଗର ଆସନ । ଏକଦା ବାମପନ୍ଥୀ ଓ କଂଗ୍ରେସ ଦଳର ଗଡ ଥିବା ଏହି ଆସନରେ ୨୦୧୪ ମସିହାରେ ପ୍ରଥମ କରି ବିଜେପିର ବିଧାୟିକା ଏହି ଆସନରୁ ବିଜୟୀ ହୋଇଥିବାବେଳେ ୨୦୧୯ ମସିହାରେ ପ୍ରଥମ କରି ବିଜୁ ଜନତା ଦଳ ଏହି ଆସନ ଅକ୍ତିଆର କରିବାରେ ସଫଳ ହୋଇଥିଲା । ହେଲେ ୨୦୨୨ ମସିହା ଉପ ନିର୍ବାଚନରେ ପୁଣି ଏହି ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ବଡ ଧରଣର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ଏଥର ସାଧାରଣ ନିର୍ବାଚନରେ ଦେଖିବାକୁ ମିଳୁଛି କଡା ଟକ୍ଟର ।

Advertisment

ଗୋଟିଏ ପଟେ ବିଜେଡିର ପ୍ରାର୍ଥୀ ଅଳକା ମହାନ୍ତି ନିର୍ବାଚନୀ ମଇଦାନରେ ଥିବାବେଳେ ଅନ୍ୟପଟେ ବ୍ରଜରାଜନଗର ଆସନ ପାଇଁ ବିଜେପି ବର୍ତ୍ତମାନର ବରଗଡ ସାଂସଦ ସୁରେଶ ପୂଜାରୀ ମଇଦାନକୁ ଓହ୍ଲାଇଥିବାବେଳେ କଂଗ୍ରେସ ତାର ପୁରୁଖା ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ମଇଦାନକୁ ଓହ୍ଲାଇଛି ।

ବ୍ରଜରାଜନଗରରେ ଦେଖିବାକୁ ମିଳିବ ବିଗ୍ ଫାଇଟ । ତିନି ପ୍ରମୁଖ ଦଳ ବ୍ରଜରାଜନଗର ବିଧାନସଭା ପାଇ ଟିକେଟ ଦେଇସାରିଛନ୍ତି । ବିଜେଡି ଅଳକା ମହାନ୍ତିଙ୍କୁ ଟିକଟ ଦେଇଥିବାବେଳେ ବିଜେପର ଟାଣୁଆ ନେତା ସୁରେଶ ପୂଜାରୀଙ୍କୁ ମଧ୍ୟ ମିଳିଛି ଟିକେଟ । ସେହିପରି କଂଗ୍ରେସ ପୁଣି ଥରେ ପ୍ରାର୍ଥୀ ଦୋହରାଇ କିଶୋର ପଟେଲଙ୍କ ଉପରେ ଭରସା କରିଛି । ତେବେ ବ୍ରଜରାଜନଗରର ବିକାଶକୁ ମୁଦ୍ଦା କରିଛନ୍ତି ବିଜେଡି ପ୍ରାଥି ଅଳକା ମହାନ୍ତି । ତେବେ ପୂର୍ବରୁ ବ୍ରଜରାଜନଗର ଆସନରୁ ବିଜେଡି ଏବଂ ବିଜେପି ପ୍ରତିନିଧିତ୍ୱ କରିସାରିଛନ୍ତି । ସେହିଭଳି କଂଗ୍ରେସ ମଧ୍ୟ ନିଜ ମୁଦ୍ଦା ନେଇ ବେଶ ଆଶାବାଦୀ ରହିଥିବା ଜଣାପଡିଛି ।

ସବୁ ଦଳ ନିଜର ବଡ ବଡ ନେତାଙ୍କୁ ବ୍ରଜରାଜନଗର ମଇଦାନରେ ଓହ୍ଲାଇଥିବା ବେଳେ ଏଥର ବ୍ରଜରାଜନଗରରେ ଏକ ବଡ ଲଢେଇ ଦେଖିବାକୁ ମିଳିବ । ସେହିଭଳି ଟିକେଟ ପାଇବା ପରେ ସମସ୍ତ ପ୍ରାର୍ଥୀ ନିଜର ଦମ ଦେଖାଉଛନ୍ତି । ମନ୍ଦିର ଦର୍ଶନରୁ ନେଇ ବିଶାଳ ରୋଡ ଶୋ’ କରି ନିଜର ଦମ୍ ଦେଖାଉଛନ୍ତି ଦଳ । ତେବେ ଏଥର ପ୍ରଚାର ପସାରରେ ଫିକା ପଡଯାଇଛି କଂଗ୍ରେସ । ଦଳ ନିଜ ନିଜର ଟାଣୁଆ ନେତାଙ୍କୁ ନେଇ ମଇଦାନକୁ ଓହ୍ଲାଇଥିବାବେଳେ ଚଳିଥର କଡା ଟକ୍କର ନେଇ ଚର୍ଚ୍ଚା ବଢିଛି । ଆଗାମୀ ଦିନରେ ବ୍ରଜରାଜନଗରରେ ଏକ ବଡ ଲଢେଇ ଦେଖିବାକୁ ମିଳିବ ବୋଲି ସାଧାରଣରେ ଆକଳନ କରାଯାଉଥିବାବେଳେ କିଏ ବାଜି ମାରି ତାକୁ ନେଇ ସମସ୍ତଙ୍କ ରହିଛି ଅପେକ୍ଷା ।