କାହାକୁ ନେଇ ସରକାର ଗଢିବେ ନୀତିଶ? ଜାଣନ୍ତୁ ରାଜଭବନକୁ ନୀତିଶଙ୍କ ସହ ଯାଇଥିଲେ କିଏ?

228

କନକ ବ୍ୟୁରୋ : ବିହାରରେ ଭାଙ୍ଗିଛି ଜେଡିୟୁ-ଆରଜେଡି ମେଣ୍ଟ ସରକାର । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ମେଣ୍ଟ ସରକାର ଭାଙ୍ଗିବା ପରେ ଏବେ ବିଜେପି ସହ ମିଶି ପୁଣିଥରେ ସରକାର ଗଢିବେ ନୀତିଶ । ସନ୍ଧ୍ୟା ୫ଟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ସରକାର ଗଢିବା ନେଇ ରାଜ୍ୟପାଳଙ୍କୁ ଭେଟୀ ସମର୍ଥନ ପତ୍ର ଦେଇଛନ୍ତି ନୀତିଶ କୁମାର । ନୀତିଶଙ୍କ ଏହି ନୂଆ ସରକାରକୁ ବିଜେପି ସମେତ ହମ୍ ପାର୍ଟି ଏବଂ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ ଜଣାଇଛନ୍ତି । ସମର୍ଥନ ଦେଇଥିବା ବିଧାୟକ ଓ ଦଳର ନେତୃତ୍ୱ ନୀତିଶଙ୍କ ସହ ରାଜଭବନକୁ ଯାଇଥିଲେ ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ନୀତିଶ କହିଥିଲେ, ଦଳର ନିଷ୍ପତି ଆଧାରରେ ଇସ୍ତଫା ଦେଇ ସରକାର ଭାଙ୍ଗିବାକୁ ପ୍ରସ୍ତାବ ଦେଇଛି । ଏହାସହ ଦେଢ଼ ବର୍ଷରେ ମେଂଟରେ କିଛି ସ୍ଥିତ ଠିକ୍ ଲାଗିଲାନି । ମହାମେଂଟରୁ ଦଳ ଓହରି ଯାଇଛି ଏବଂ ମହାମେଂଟରେ କିଛି କାମ ହେଉନଥିବାରୁ ଦୁଃଖିତ ବୋଲି କହିଛନ୍ତି ନୀତୀଶ ।

ବିହାରରେ ନୂଆ ସରକାର ଗଠନ ହେବା ପରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ସ୍ପଷ୍ଟ ହୋଇଛି । ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ହେବେ । ଏହାସହ ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ବେଳେ ବିଜୟ ସିହ୍ନା ବିଜେପି ବିଧାୟକ ଦଳ ଉପନେତା ନିର୍ବାଚିତ ହୋଇଛନ୍ତି ।