କନକ ବ୍ୟୁରୋ: ରାଜ୍ୟରେ ମୋଟ ୮୫୨ ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରାର୍ଥୀ ଦେଲେ ରାଜନୈତିକ ଦଳ । ଏଥିରେ ୩ ହଜାର ୪୦୭ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ଲଢିବେ । ବିଜେପି ୮୪୮, କଂଗ୍ରେସ ୮୩୬, ବିଜେଡି ୮୫୧, ସିପିଆଇଏମ ୭୨, ସିପିଆଇ ୩୮, ବିଏସପି, ୧୫୯, ଆପ୍ ୩୨, ଏଜେଏସୟୁ ୧୨, ଜେଏମଏମ ୪୭, ଅନ୍ୟାନ୍ୟ ୨୧୪ ଓ ସ୍ୱାଧୀନ ଭାବେ ୨୯୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ରାଜ୍ୟରେ ଆରମ୍ଭ ହୋଇସାରିଲାଣି ନିର୍ବାଚନ ତାତି । ବିଭିନ୍ନ ଦଳ ରଣନୀତି ଆରମ୍ଭ କରିସାରିଲେଣି । ପ୍ରାର୍ଥୀମାନେ ମଧ୍ୟ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ଭୋଟରଙ୍କୁ ମନାଇବାକୁ ଜୋରଦାର ପ୍ରୟାସ କରୁଛନ୍ତି ପ୍ରାର୍ଥୀ । ତେବେ ପଞ୍ଚାୟତ ମୈଦାନରେ କିଏ ମାରିବ ବାଜି ତାହା ଦେଖିବା ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/21-35.jpg)