ଆସିଲା ଅନ୍ତରୀଣ ବଜେଟ୍ । କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା? ପଢନ୍ତୁ, ସମ୍ପୂର୍ଣ୍ଣ ତଥ୍ୟ….

1,637

କନକ ବ୍ୟୁରୋ: ଆସିଲା ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ ବେଳେ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଂଶସା କରିବା ସହିତ ଆଗାମୀ ଜୁଲାଇ ମାସରେ ତାଙ୍କ ସରକାର ପୂର୍ଣ୍ଣ ବଜେଟ୍ ସହିତ ବିକଶିତ ଭାରତର ରୋଡମ୍ୟାପ୍ ପ୍ରସ୍ତୁତ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଖାଲି ସେତିକି ନୁହେଁ, ଏଥର ବଜେଟରେ ଆୟକର ସ୍ଲାବରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ । ଆୟକର ଛାଡ ସୀମା ଅପରିବର୍ତ୍ତିତ ରହିଛି ଅର୍ଥାତ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ନାଗରିଙ୍କୁ ଏଣିକି କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ତେବେ ଏହାରି ଭିତରେ ନଜର ପକାନ୍ତୁ, ଏଥର ଅନ୍ତରୀଣ ବଜେଟରେ କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା?

କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା?

  • ପ୍ରତିରକ୍ଷା ମନ୍ତ୍ରାଳୟ – ୬.୨ ଲକ୍ଷ କୋଟି
  • ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ – ୨.୭୮ ଲକ୍ଷ କୋଟି
  • ରେଳ ମନ୍ତ୍ରାଳୟ – ୨.୫୫ ଲକ୍ଷ କୋଟି
  • ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ – ୨.୧୩ ଲକ୍ଷ କୋଟି
  • ଗୃହ ମନ୍ତ୍ରାଳୟ – ୨.୦୩ ଲକ୍ଷ କୋଟି
  • ଗ୍ରାମୀଣ ବିକାଶ ମନ୍ତ୍ରାଳୟ – ୧.୭୭ ଲକ୍ଷ କୋଟି
  • ରସାୟନ ଏବଂ ଉର୍ବରକ ମନ୍ତ୍ରାଳୟ – ୧.୬୮ ଲକ୍ଷ କୋଟି
  • ସୂଚନା ମନ୍ତ୍ରାଳୟ – ୧.୩୭ ଲକ୍ଷ କୋଟି
  • କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ – ୧.୨୭ ଲକ୍ଷ କୋଟି