କନକ ବ୍ୟୁରୋ: ଆସିଲା ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ ବେଳେ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଂଶସା କରିବା ସହିତ ଆଗାମୀ ଜୁଲାଇ ମାସରେ ତାଙ୍କ ସରକାର ପୂର୍ଣ୍ଣ ବଜେଟ୍ ସହିତ ବିକଶିତ ଭାରତର ରୋଡମ୍ୟାପ୍ ପ୍ରସ୍ତୁତ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଖାଲି ସେତିକି ନୁହେଁ, ଏଥର ବଜେଟରେ ଆୟକର ସ୍ଲାବରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ । ଆୟକର ଛାଡ ସୀମା ଅପରିବର୍ତ୍ତିତ ରହିଛି ଅର୍ଥାତ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ନାଗରିଙ୍କୁ ଏଣିକି କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ତେବେ ଏହାରି ଭିତରେ ନଜର ପକାନ୍ତୁ, ଏଥର ଅନ୍ତରୀଣ ବଜେଟରେ କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା?
କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା?
- ପ୍ରତିରକ୍ଷା ମନ୍ତ୍ରାଳୟ - ୬.୨ ଲକ୍ଷ କୋଟି
- ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ - ୨.୭୮ ଲକ୍ଷ କୋଟି
- ରେଳ ମନ୍ତ୍ରାଳୟ - ୨.୫୫ ଲକ୍ଷ କୋଟି
- ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ - ୨.୧୩ ଲକ୍ଷ କୋଟି
- ଗୃହ ମନ୍ତ୍ରାଳୟ – ୨.୦୩ ଲକ୍ଷ କୋଟି
- ଗ୍ରାମୀଣ ବିକାଶ ମନ୍ତ୍ରାଳୟ – ୧.୭୭ ଲକ୍ଷ କୋଟି
- ରସାୟନ ଏବଂ ଉର୍ବରକ ମନ୍ତ୍ରାଳୟ - ୧.୬୮ ଲକ୍ଷ କୋଟି
- ସୂଚନା ମନ୍ତ୍ରାଳୟ – ୧.୩୭ ଲକ୍ଷ କୋଟି
- କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ - ୧.୨୭ ଲକ୍ଷ କୋଟି