କନକ ବ୍ୟୁରୋ : ଶପଥ ନେବା ପରେ ପିଏମଓରେ ପ୍ରଧାନମନ୍ତ୍ରୀ । କିଛି ସମୟ ପୂର୍ବରୁ ସାଉଥ୍ ବ୍ଲକରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି ନରେନ୍ଦ୍ର ମୋଦୀ । ମୋଦୀ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଆଜି ବସୁଛି ପ୍ରଥମ କ୍ୟାବିନେଟ୍ ବୈଠକ । ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବ । ସେହିପରି କେଉଁ ମନ୍ତ୍ରୀଙ୍କୁ କେଉଁ ମନ୍ତ୍ରାଳୟ ମିଳିବ, ତାହା ଉପରେ ନଜର ରହିଛି । ବିଜେପି ନିଜ ପାଖରେ କେଉଁ ବିଭାଗ ରଖିବ ଏବଂ ସହଯୋଗୀଙ୍କୁ କେଉଁ ବିଭାଗ ଦେବ ତାହାକୁ ଅନେକ ଅପେକ୍ଷା କରିଛନ୍ତି ।

Advertisment

ଗତକାଲି ମୋଦୀଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ୫ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କୁ କେଉଁ ବିଭାଗ ମିଳିବ ତାହା ଉପରେ ନଜର ରହିଛି । ୨୦୧୪, ୨୦୧୯ ପରେ ତୃତୀୟ ଥର ପାଇଁ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ୨୦୨୪ରେ ସହଯୋଗୀଙ୍କୁ ନେଇ ସରକାର ଗଠନ କରିଛନ୍ତି ମୋଦୀ । ବିଜେପି ଏକାକୀ ୨୪୦ ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀଙ୍କୁ ମିଶାଇ ୨୯୨ ଆସନ ସହ ସରକାର ଗଠନ କରିଛି ।