କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ଶ୍ରୀଜୀଉ । ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ଆଜି ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର । ତେବେ ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ଭିତରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡ଼ିକରେ ସୁନାବେଶରେ ସଜ୍ଜିତ ହେଉଥିବାବେଳେ ଓ ଆଜି ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ରଥ ଉପରେ ସୁନାବେଶରେ ସଜ୍ଜିତ ହେବେ ମହାପ୍ରଭୁ ।

Advertisment

କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ଜଗନ୍ନାଥ? 

  • କିରିଟ
  • ଶ୍ରୀପୟର
  • ଶ୍ରୀଭୁଜ
  • ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ
  • ଓଢିଆଣୀ
  • ଚନ୍ଦ୍ରସୂର୍ଯ୍ୟ
  • ଆଡ଼କାନି
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ବାହାଡ଼ା ମାଳି
  • ତାବିଜ ମାଳି
  • ସେବତୀ ମାଳି
  • ତିଳକ
  • ଚନ୍ଦ୍ରିକା
  • ଅଳକା
  • ଝୋବାକଣ୍ଠି
  • ତ୍ରିଖଣ୍ଡିକା
  • କମରପଟି

କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ବଳଭଦ୍ର? 

  • କିରିଟ
  • ଶ୍ରୀପୟର
  • ଶ୍ରୀଭୁଜ
  • ହଳ ଓ ମୂଷଳ
  • ଓଢିଆଣୀ
  • କୁଣ୍ଡଳ
  • ଚନ୍ଦ୍ରସୂର୍ଯ୍ୟ
  • ଆଡ଼କାନି
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ବାହାଡ଼ା ମାଳି
  • ବାଘନଖ ମାଳି
  • ସେବତୀ ମାଳି
  • ତିଳକ
  • ଚନ୍ଦ୍ରିକା
  • ଅଳକା
  • ଝୋବାକଣ୍ଠି
  • ତ୍ରିଖଣ୍ଡିକା
  • କମରପଟି

କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ଦେବୀ ସୁଭଦ୍ରା? 

  • କିରୀଟ
  • ଓଢ଼ିଆଣୀ
  • କାନ
  • ଚନ୍ଦ୍ରସୂର୍ଯ୍ୟ
  • ଘାଗଡ଼ା ମାଳି
  • କଦମ୍ବ ମାଳି
  • ସେବତୀ ମାଳି
  • ତଗଡ଼ି