ବରଗଡ ଜିଲ୍ଲାରେ ଆସୁଛି ବିଜେପୁର ନିର୍ବାଚନ ମଣ୍ଡଳୀ । ବିଜେପୁର ବ୍ଲକ, ଗାଇସିଲଟ ବ୍ଲକ ଓ ବରପାଲି ବ୍ଲକକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ । ମୋଟ ମତଦାତା ପାଖାପାଖି ୨ ଲକ୍ଷ ୧୯ ହଜାର ୧୯୫ । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ୫୬୧ ପୁରୁଷ ହୋଇଥିବା ବେଳେ ୧ ଲକ୍ଷ ୪ ହଜାର ୬୨୦ ହେଉଛନ୍ତି ମହିଳା ଭୋଟର । ପ୍ରତିଦ୍ୱନ୍ଦ୍ୱୀଙ୍କ ବ୍ୟଗ୍ରତା ଓ ଭୋଟରଙ୍କ ଉତ୍କଣ୍ଠା ମଧ୍ୟରେ ତିନିଟି ବ୍ଲକ୍ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳକୁ ନେଇ ଗଠିତ ଏହି ଆସନରେ ନିର୍ବାଚନ ତାତି ବଢ଼ିଚାଲିଛି।
ପ୍ରାୟ ୨ ଲକ୍ଷ ୧୯ ହଜାର ମତଦାତା ବିଶିଷ୍ଟ ବରଗଡ଼ ଜିଲ୍ଲାର ଏହି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକଟି ଭୋଟରଙ୍କ ମନ ଜିଣିବା ଲାଗି ଆରମ୍ଭ ହୋଇଗଲାଣି ପ୍ରତିଦ୍ୱନ୍ଦ୍ୱୀ ଦଳଙ୍କ ମଧ୍ୟରେ ଛକାପଞ୍ଝା। ତିନି ପ୍ରମୁଖ ରାଜନୈତିକ ଶକ୍ତି ରାଜ୍ୟରେ କ୍ଷମତାସୀନ ବିଜେଡି, କେନ୍ଦ୍ରରେ କ୍ଷମତାସୀନ ତଥା ରାଜ୍ୟରେ କ୍ଷମତା ହାସଲ ଲାଗି ବ୍ୟଗ୍ର ବିଜେପି ଏବଂ ୨୦୦୪ରୁ ଲଗାତାର ଏହି ଆସନରୁ ବିଜୟୀ, ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଇଁ ବିଜେପୁର ଆସନ ଏକ ମର୍ୟ୍ୟାଦାର ପ୍ରଶ୍ନ। ୧୯୬୧ରେ ତିଆରି ହୋଇଥିବା ଏହି ନିର୍ବାଚନ ମଣ୍ଡଳୀରେ ସବୁଠାରୁ ଅଧିକ ଭୋଟ ପାଇ ୧୯୯୦ରେ ବିଜୟୀ ହୋଇଥିଲେ ନିକୁଂଜ ବିହାରୀ ସିଂ । ଯାହା ଆଜିଯାଏଁ ଏହି ନିର୍ବାଚନ ମଣ୍ଡଳୀରେ ରେକର୍ଡ । ୨୦୦୯ରେ ଏହି ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ ପରେ ଏଥିରେ ଅନେକ କିଛି ପରିବର୍ତ୍ତନ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/6-4.jpg)
/kanak/media/post_attachments/wp-content/uploads/2017/12/2.png)