କନକ ବ୍ୟୁରୋ: ୱାୟନାଡ୍ ଉପରେ ରାହୁଲଙ୍କ ଭରସା । ପୁଣି ଥରେ ସମାନ ଆସନରୁ ଲଢ଼ିବେ ରାହୁଲ । ସବୁ ଚର୍ଚ୍ଚାରେ ଲାଗିଲା ବିରାମ । ୱାୟନାଡ ଆସନ ଉପରେ ଭରସା କରି ପୁଣି ଥରେ ହିଁ ନିର୍ବାଚନ ଲଢ଼ିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଶୁକ୍ରବାର ଦଳ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ଏବଂ ୱାୟନାଡରୁ ରାହୁଲ ନିର୍ବାଚନ ଲଢ଼ିବା ଘୋଷଣା କରାଯାଇଛି । ଗତ ନିର୍ବାଚନରେ ରାହୁଲ ଆମେଠୀ ଆସନରେ ପରାଜିତ ହୋଇଥିଲେ କିନ୍ତୁ  ଗାନ୍ଧୀ ପରିବାରର ସମ୍ମାନ ରକ୍ଷା କରିଥିଲା ୱାୟନାଡ ଆସନ  । ତେଣୁ ଏହି ଆସନକୁ ସୁରକ୍ଷିତମଣି ରାହୁଲ ୱାୟନାଡ ସହ ୨୦୨୪ ନିର୍ବାଚନୀ ରଣଭୂମିକୁ ଓହ୍ଲାଇବେ ।

Advertisment

ୱାୟନାଡ ଆସନରେ ବଡ ଟୁଇଷ୍ଟ ମଧ୍ୟ ଦେଖିବାକୁ ମିଳିବ । ଇଣ୍ଡିଆ ମେଂଟର ଦୁଇ ସହଯୋଗୀ ଦଳ ପରସ୍ପର ବିରୋଧରେ ୱାୟନାଡ ଆସନରୁ ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନ ଦେଖିବ କଂଗ୍ରେସର ରାହୁଲ ବନାମ ସିପିଆଇର ଆନୀ ରାଜା । ନିକଟରେ ଆନୀଙ୍କ ନାଁ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲା ସିପିଆଇଏ ।

ୱାୟନାଡରେ ହେବ ବିଗ୍ ଫାଇଟ

ପ୍ରତିଦ୍ୱନ୍ଦ୍ୱିତା କରିବେ ଦୁଇ ସହଯୋଗୀ

୨୦୧୯ ନିର୍ବାଚନରେ ମଧ୍ୟ ସିପିଆଇ ଓ କଂଗ୍ରେସ ପରସ୍ପର ସହ ପ୍ରତିନ୍ଦଦ୍ୱିତା କରିଥିଲୋ  । ୱାୟନାଡରେ ଦେଖିବାକୁ ମିଳିଥିଲା କଂଗ୍ରେସ ବାନାମ ପିପି ସୁନେ ଲଢ଼େଇ । ସିପିଆଇଏକୁ ହରାଇ ରାହୁଲ ୱାୟନାଡ ଆସନ ଜିତିଥିଲେ । ନା ସେତେବେଳେ ବିରୋଧୀ ମେଂଟ ଇଣ୍ଡିଆ ଗଠନ ହୋଇନଥିଲା । ନା ମେଂଟର ଦୁଇ ସହଯୋଗୀ ଥିଲେ କଂଗ୍ରେସ ଓ ସିପିଆଇ । ଏଥରକ କିନ୍ତୁ ଚିତ୍ର ବଦଳିିଛି । ବିଜେପି ବିରୋଧୀ ମେଂଟର ଦୁଇ ସହଯୋଗୀ ଦଳ ପରସ୍ପର ବିରୋଧରେ ପ୍ରାର୍ଥୀ ଛିଡା କରିବା ଚର୍ଚ୍ଚାର ବିଷୟ ପାଲଟିଛି ।

କାହାକୁ ମିଳିବ ଆମେଠୀ ଟିକେଟ ? ପ୍ରଥମ ଦାବିଦାର ରାହୁଲ, ତଥାପି ସସପେନ୍ସ ଜାରି । ରାହୁଲ କେବଳ ୱାୟନାଡରୁ ଲଢ଼ିବେ ନା ଆମେଠିରେ ମଧ୍ୟ ପ୍ରାର୍ଥୀ ହେବେ । ସେପଟେ ସେଫ ସିଟ୍ ପାଇଁ ଦୁଇ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଉପରେ ଫୋକସ କରିପାରନ୍ତି । ଦୁଇ ରାଜ୍ୟରେ କଂଗ୍ରେସ ସରକାର ରହିଛି । ତେଣୁ ଏହି ଦୁଇ ରାଜ୍ୟରୁ ପ୍ରାର୍ଥୀ ହେଲେ, ରାହୁଲଙ୍କ ବିଜୟ ସମ୍ଭାବନା ଅନେକ ବଢ଼ିଯିବ । ତେବେ ଏସବୁ ନେଇ ଚିତ୍ର ସ୍ପଷ୍ଟ ହେବାକୁ ଆଉ କିଛି ସମୟ ଲାଗିପାରେ ।