କନକ ବ୍ୟୁରୋ: ୩୦ ନାଁ ୩୧ ତାରିଖ ଏବେବି ଲୋକଙ୍କ ମନରେ ରହିଛି କିଛି ଦ୍ୱନ୍ଦ୍ୱ । କେଉଁ ଦିନ ବାନ୍ଧିବେ ରାକ୍ଷୀ ସେ ନେଇ ପ୍ରଶ୍ନ ଉଠୁଛି । ତେବେ ଜ୍ୟୋତିର୍ବିତଙ୍କ କହିବା ଅନୁସାରେ , ପାଞ୍ଜି ସମ୍ମତରେ ଏହି ଉତ୍ସବ ପାଳନ କରାଯିବ । ପାଞ୍ଜି ଅନୁସାରେ ରାକ୍ଷୀ ବା ଗହ୍ମାପୂର୍ଣ୍ଣିମା ୩ ତାରିଖ ବୁଧବାର ସକାଳ ୧୦ଟା ୫୯ରୁ , ଅଗଷ୍ଟ ୩୧ ତାରିଖ , ଗୁରୁବାର , ସକାଳ ୭ଟା ୫ ମିନିଟ ଯାଏଁ ରହିଛି । ଏହି ଶୁଭ ବେଳା ମଧ୍ୟରେ ରାକ୍ଷୀ ବନ୍ଧନ ହୋଇପାରିବ । ଏନେଇ କିଛି ଦ୍ୱନ୍ଦ୍ୱ ନାହିଁ ବୋଲି ଜ୍ୟୋତିର୍ବିତ ମତ ଦେଇଛନ୍ତି । ପାଞ୍ଜିରେ ମଧ୍ୟ ଏହି ସମୟ ଉଲ୍ଲେଖ ରହିଛି ।