ଭାତ-ରୁଟି ଏକାସାଥିରେ ଖାଉଛନ୍ତି କି? ତେବେ ଗମ୍ଭୀର ରୋଗରେ ଶିକାର ହୋଇପାରନ୍ତି ଆପଣ

ଭାତ-ରୁଟି ଏକାସାଥିରେ ଖାଉଛନ୍ତି କି? ତେବେ ଗମ୍ଭୀର ରୋଗରେ ଶିକାର ହୋଇପାରନ୍ତି ଆପଣ

Source:CareClues

ରୁଟି ଆଉ ଭାତ ଏକା ସାଥିରେ ଖାଇବା ଠିକ୍ ନୁହେଁ ଏକଥା ବୋଧ ହୁଏ ଆପଣଙ୍କୁ ଜଣାନଥିବ । ଅଧିକାଂଶ ଲୋକେ ସାଧାରଣତଃ ଏଭଳି ଭୁଲ ବହୁବାର କରିଥାନ୍ତି । ଆଉ କିଛି ଲୋକ ତ ଏହା ଜାଣି ବି ନିଜକୁ ଏଭଳି କରିବାରୁ ରୋକି ପାରନ୍ତି ନାହିଁ ହେଲେ ସେମାନେ ଜାଣି ନାହିଁନ୍ତି କି ରୁଟି ଆଉ ଭାତକୁ ଏକା ସାଙ୍ଗରେ ଖାଇବା ଦ୍ୱାରା କେତେ କ୍ଷତି ହୋଇଥାଏ । ଆପଣ ଜାଣି ଚକିତ ହେବେ କି ଏହାଦ୍ୱାରା ପେଟ ଜନିତ ଅନେକ ସମସ୍ୟା ବି ସୃଷ୍ଟି ହୋଇପାରେ ।ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଜଣାପଡିଛି କି, ରୁଟି ଆଉ ଭାତ ଏକା ସାଥିରେ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି ପାଇଥାଏ । ଯେଉଁ କାରଣରୁ ଆପଣଙ୍କ ଶରୀରରେ ଅନେକ ରୋଗ ବେମାରୀ ସୃଷ୍ଟି ହୋଇପାରନ୍ତି ।

• ତେଣୁ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଆପଣ ଯଦି ଭାତ ଖାଉଛନ୍ତି ତେବେ କେବଳ ଭାତ ହିଁ ଖାଆନ୍ତୁ । ଆଉ ଯଦି ରୁଟି ଖାଉଛନ୍ତି ତେବେ ରୁଟି ହିଁ ଖାଆନ୍ତୁ । କାହିଁକି ନା ଏହାକୁ ଏକା ସାଥିରେ ଖାଇବା ଦ୍ୱାରା ଆପଣ କେବେବି ନିଜକୁ ସୁସ୍ଥ୍ୟ ଅନୁଭବ କରିପାରିବେ ନାହିଁ ।

• ସେହିପରି ରାତିରେ କେବଳ ରୁଟି ହିଁ ଖାଇବା ଉଚିତ । କାରଣ ରୁଟିରେ ପାଚନ ଶକ୍ତି ଅତି ସହଜରେ ହୋଇଥାଏ । ଏବଂ ରୁଟି ଖାଇବା ଦ୍ୱାରା ଭଲ ନିଦ ଆସିଥାଏ । ତେଣୁ ରାତ୍ରୀ ସମୟରେ ଆପଣଙ୍କୁ ଏଭଳି ଖାଦ୍ୟ ଖାଇବା ଉଚିତ ଯାହାଦ୍ୱାରା ହଜମ ହେବାକୁ ଅଧିକ ପରିଶ୍ରମ କରିବାକୁ ଆବଶ୍ୟକତା ପଡିବ ନାହିଁ । କାହିଁକି ନା ଆପଣ ଖାଇବା ସାରିବା ପରେ ଶୋଇଯାଆନ୍ତି ।ଆଉ ଏହି ସମୟରେ ଆପଣ ଖାଇଥିବା ଖାଦ୍ୟ ଡାଇଜେଷ୍ଟ ହୋଇଥାଏ ।

• ଯଦି ଆପଣ ରାତିରେ ହାଲକା ଖାଦ୍ୟ ଖାଇବେ ନାହିଁ ତେବେ ଆପଣଙ୍କର ନିଦ ଭଲ ହେବନି । କାରଣ ଆପଣଙ୍କର ଶରୀର ଗୋଟିଏ ସମୟରେ କେବଳ ଗୋଟିଏ ହିଁ କାମ ଭଲ ଭାବରେ କରିଥାଏ ।

• ସେହିପରି ଭାତ ଖାଇବା ଦ୍ୱାରା ଅଧିକାଂଶ ଲୋକଙ୍କର ପେଟ ବାହାରି ପଡିଥାଏ । ତେଣୁ ପେଟରେ ଗ୍ୟାସ ଜନିତ ସମସ୍ୟା ଥିବା ଲୋକଙ୍କୁ ରାତିରେ ସବୁବେଳେ ଭାତ ଖାଇବା ଉଚିତ ନୁହେଁ । କାହିକି ନା ଭାତ ହଜମ ହେବାକୁ ବହୁତ ସମୟ ନେଇଥାଏ । ଡାଇବେଟିସରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ବି ଭାତଠାରୁ ଦୂରେଇ ରହିବା ଦରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe