ହେଲମେଟ୍ ପିନ୍ଧିଥିଲେ ବି କଟିବ ଚାଲାଣ ? ଜାଣନ୍ତୁ ନୂଆ ଟ୍ରାଫିକ୍ ନିୟମ ଅନୁସାରେ କିଭଳି ହେଲମେଟ୍ ପିନ୍ଧିଲେ ଲାଗିବନି ଫାଇନ

7,702

ଚଳିତ ମାସ ପହିଲାରୁ ସାରା ଦେଶରେ ଲାଗୁ ହୋଇସାରିଛି ନୂଆ ଟ୍ରାଫିକ୍ ନିୟମ । ଯାହାକୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ କଡାକଡି ଭାବେ ପାଳନ କରିଆସୁଛନ୍ତି । ନୂଆ ମୋଟର ଆଇନ ଲାଗୁ ହେବା ପରେ ପରେ ଲୋକେ ଏବେ ଟ୍ରାଫିକ୍ ନିୟମକୁ ଯଥାସମ୍ଭବ ପାଳନ କରୁଛନ୍ତି । ପଲ୍ୟୁସନ କଂଟ୍ରୋଲରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ ଏବଂ ଇନସ୍ୟୁରାନ୍ସ ଯାଏଁ ଯାହା ଗାଡିରେ ଯେଉଁ ବି ସମସ୍ୟା ରହିଛି ତାକୁ ମଧ୍ୟ ଠିକ୍ କରିବାକୁ ଲୋକେ ପ୍ରାଣପଣେ ଚେଷ୍ଟା କରୁଛନ୍ତି । କାହିଁକି କି ପୂର୍ବରୁ ଯେଉଁଠି ନିୟମ ଭାଙ୍ଗିଲେ ୫ ଶହରୁ ହଜାରେ ଟଙ୍କା ଦେବାକୁ ପଡୁଥିଲା ସେଠି ବର୍ତ୍ତମାନ ୫ ହଜାରରୁ ୫୦ ହଜାର ତଣ୍ଡ ଗଣିବାକୁ ପଡୁଛି ।

ଯେଉଁ କାରଣରୁ ଲୋକଙ୍କୁ ବର୍ତ୍ତମାନ ନିଜ ଗାଡିର କାଗଜପତ୍ରଗୁଡିକୁ ସାଙ୍ଗରେ ଧରି ବୁଲିବାକୁ ପଡୁଛି । ଏହି ଏହିକ୍ରମରେ ଏବେ ହେଲମେଟ ବିକ୍ରିରେ ବି ବହୁଲ ମୁନାଫା ମିଳିଛି । ନିୟମ ଅନୁସାରେ ବାଇକ ଚଲାଉଥିବା ବେଳେ ଚାଳକ ହେଲମେଟ ପିନ୍ଧିବାକୁ ବାଧ୍ୟ । ଯଦି ଚାଳକଙ୍କ ନିକଟରେ ହେଲମେଟ ନଥିବ ତେବେ ସେ ଗାଡି ଚଲାଇପାରିବେ ନାହିଁ ବୋଲି ନୂଆ ସଂଶୋଧିନ ଟ୍ରାଫିକ୍ ନିୟମରେ ଏହାକୁ କଡାକଡି କରାଯାଇଛି । କିନ୍ତୁ କିଛି ଲୋକେ ଜରିମାନା ଛାଟରୁ ବର୍ତ୍ତିବା ପାଇଁ ରାସ୍ତା କଡରେ ବିକ୍ରି ହେଉଥିବା ନିମ୍ନମାନର ତଥା ଶସ୍ତା ହେଲମେଟ କିଣି ପିନ୍ଧୁଛନ୍ତି । ଯାହାକି ସଂଶୋଧିତ ଟ୍ରାଫିକ୍ ନିୟମରେ ଏଭଳି ହେଲମେଟ ବ୍ୟବହାର ନକରିବାକୁ କୁହାଯାଇଛି । ତେବେ ଗାଡି ଚଲାଇବା ବେଳେ ଚାଳକ କୌଣସି ନିମ୍ନ ତଥା ଶସ୍ତା ହେଲମେଟ ନପିନ୍ଧି ବରଂ ମଜବୁତ ତଥା ଆଇଏସଆଇ ମାର୍କ ବିଶିଷ୍ଟ ହେଲମେଟ ପରିଧାନ କରିବାକୁ କୁହାଯାଇଛି ।

ନିୟମ କହୁଛି କି, ସାଧାରଣ ହେଲମେଟ ତଥା ନିମ୍ନମାନର ହେଲମେଟ ପିନ୍ଧୁଥିବା ବ୍ୟକ୍ତି ଉପରେ ବି ଜରିମାନା ଲାଗିବ ଏବଂ ପୁଣି କେବେ ଏଭଳି ଧରଣର ହେଲମେଟ ପିନ୍ଧି ଗାଡି ନକରିବାକୁ ମଧ୍ୟ ସଚେତନ କରାଯିବ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଟ୍ରାଫିକ୍ ଚେକିଂ ସମୟରେ ପୁଲିସ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି କି କିଛି ଚାଳକ ଜରିମାନରୁ ବର୍ତ୍ତିବା ପାଇଁ ଶସ୍ତାରେ ପାଇ ଯେ କୌଣସି ବି ନିମ୍ନମାନର ହେଲମେଟ କିଣି ପକାଉଛନ୍ତି ତେଣୁ ବାଇକ ତଥା ସ୍କୁଟି ବ୍ୟବହାର କରୁଥିବା ପୁରୁଷ କିମ୍ବା ମହିଳା ମଜବୁତ ଏବଂ ଆଇଏସଆଇ ମାର୍କ ବିଶିଷ୍ଟ ହେଲମେଟ ପିନ୍ଧି ଗାଡି ଚଳାଇବାକୁ ପୁଲିସ୍ ପକ୍ଷରୁ କୁହାଯାଇଛି ।