କନକ ବ୍ୟୁରୋ: କରୋନା ମହାମାରୀରର ପ୍ରକୋପ ପରେ ଅନେକ ଦେଶ ନିଜର ପାସପୋର୍ଟରେ ପରିବର୍ତ୍ତନ କରିଛନ୍ତି । ଆଉ ଏହାରି ମଧ୍ୟରେ ୨୦୨୨ ପାଇଁ ହେନେଲ ପାସପୋର୍ଟ ଇନଡେକ୍ସରେ ଶକ୍ତିଶାଳୀ ପାସପୋର୍ଟ ଦେଶମାନଙ୍କର ଲିଷ୍ଟ ପ୍ରକାଶ ପାଇଛି । ଆଉ ଏଥିରେ ଲଗାତାର ଚତୁର୍ଥ ଥର ପାଇଁ ଜାପାନ ଟପ ପୋଜିସନ ହାସଲ କରିଛି । ହେନେଲ ପାସପୋର୍ଟ ଇନଡେକ୍ସ ପ୍ରତି ବର୍ଷ ଏହି ଲିଷ୍ଟ ଜାରି କରିଥାଏ । ତେବେ ଆସନ୍ତୁ ଜାଣିବା କିଏ ଲିଷ୍ଟରେ କେଉଁ ସ୍ଥାନରେ ରହିଛି ଭାରତ ।
ଏହି ଲିଷ୍ଟରେ ଜାପାନ ଓ ସିଙ୍ଗାପୁର ୧ ନମ୍ବର ସ୍ଥାନରେ ରହିଛନ୍ତି । ସେହିପରି ଭାରତ ପାଇଁ ଏଥର ଖୁସି ଖବର ରହିଛି । ଏଥର ଭାରତ ୬୦ ସ୍କୋର କରି ୮୩ ତମ ସ୍ଥାନରେ ରହିଛି । ଭାରତର ପଡୋଶୀ ଦେଶମାନେ ମଧ୍ୟ ଏହି ଲିଷ୍ଟରେ ବହୁତ ଖରାପ ପ୍ରଦର୍ଶନ କରିଛନ୍ତି । ଭାରତ ସହ ସାଓତୋମେ ଓ ପ୍ରିନ୍ସିପି ୮୩ ତମ ସ୍ଥାନରେ ରହିଛି।
ଶକ୍ତିଶାଳୀ ପାସପୋର୍ଟ ଦେଶ
ଜାପାନ, ସିଙ୍ଗାପୁର (ସ୍କୋର-୧୯୨)
ଜର୍ମାନୀ, ଦକ୍ଷିଣ କୋରିଆ (ସ୍କୋର-୧୯୦)
ଫିନଲ୍ୟାଣ୍ଡ, ଇଟାଲୀ, ଲକ୍ସଜବର୍ଗ, ସ୍ପେନ (ସ୍କୋର-୧୮୯)
ଅଷ୍ଟ୍ରିଆ, ଡେନମାର୍କ ଫ୍ରାନ୍ସ, ଆୟର୍ଲାଣ୍ଡ, ନେଦରଲାଣ୍ଡ, ସ୍ୱଡେନ (ସ୍କୋର-୧୮୮)
ଆୟର୍ଲାଣ୍ଡ, ପୁର୍ତ୍ତଗାଲ (ସ୍କୋର-୧୮୭)
ବେଲଜିୟମ, ନ୍ୟୁଜିଲାଣ୍ଡ, ନରେୱେ, ସ୍ୱିଜରଲାଣ୍. ୟୁକେ, ଆମେରିକା (ସ୍କୋର-୧୮୬)
ଅଷ୍ଟ୍ରେଲିଆ, କାନାଡା, ଗ୍ରିସ, ମାଲତା( ସ୍କୋର-୧୮୫)
ପୋଲାଣ୍ଡ, ହଙ୍ଗେରୀ( ସ୍କୋର-୧୮୩)
ଲିଥୁଆନିଆ, ସ୍ଲୋଭାକିଆ(ସ୍କୋର-୧୮୨)
ଏସ୍ତୋନିଆ, ଲାଟଭିଆ, ସ୍ଲୋଭେନିଆ (ସ୍କୋର-୧୮୧)
ଦୁର୍ବଳ ପାସପୋର୍ଟ
ଉତ୍ତର କୋରିଆ (ସ୍କୋର-୩୯)
ନେପାଳ, ଫିଲିସ୍ତାନ (ସ୍କୋର-୩୭)
ସୋମାନ (ସ୍କୋର-୩୪)
ୟମନ (ସ୍କୋର-୩୩)
ପାକିସ୍ତାନ (ସ୍କୋର-୩୧)
ସିରିୟା (ସ୍କୋର-୨୯)
ଇରାକ (ସ୍କୋର-୨୮)
ଆଫଗାନିସ୍ତାନ (ସ୍କୋର-୨୬)