କଂଗ୍ରେସରେ ଏଣ୍ଟ୍ରି ପାଇଁ କଣ୍ଟା ସାଜିଲା ସର୍ତ୍ତ: ପ୍ରଶାନ୍ତ କିଶୋରଙ୍କ କଥାକୁ ଦଳର କିଛି ବରିଷ୍ଠ ନେତାଙ୍କ ଆପତ୍ତି

466

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଘନ ଘନ ବୈଠକ ପରେ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶ୍ରୋ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସବୁ ଚର୍ଚ୍ଚା ଆଲୋଚନା ଉପରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ପ୍ରଶାନ୍ତ କିଶୋର । ପିକେ କହିଛନ୍ତି, ସେ କଂଗ୍ରେସ ଯୋଗ ଦେବା ଅପେକ୍ଷା କଂଗ୍ରେସକୁ ଦକ୍ଷ ନେତୃତ୍ୱର ଆବଶ୍ୟକତା ରହିଛି । ଯାହାକୁ ନେଇ ପୁଣି ଚର୍ଚ୍ଚା ଯୋର ରହିଛି ।

୨୬ ଏପ୍ରିଲ ୨୦୨୨ ମଙ୍ଗଳବାର । ଦିନ ପ୍ରାୟ ୩ଟା ୪୧ ମିନିଟ । କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜୱାଲା ଏକ ଟୁଇଟ କଲେ । ଟୁଇଟରେ ସେ ଏକଥା ସ୍ପଷ୍ଟ କଲେ ଯେ ନିର୍ବାଚନ ଋଚ୍ଚନୀତିଜ୍ଞ ପ୍ରଶାନ୍ତ କିଶୋର ଦଳର ଅଫରକୁ ପ୍ରତ୍ୟାଖାନ କରିଛନ୍ତି । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି ଦେଇଥିବା ବଡ ଅଫରକୁ ଗ୍ରହଣ କରିବେନି ବୋଲି ସଫା ସଫା ମନା କରିଛନ୍ତି ପ୍ରଶାନ୍ତ କିଶୋର । ସେପଟେ ଟୁଇଟ କରି ପ୍ରଶାନ୍ତ ମଧ୍ୟ ଉତର ରଖିଥିଲେ ଓ କହିଥିଲେ କି ôମୋ ଅପେକ୍ଷା କଂଗ୍ରେସକୁ ଦକ୍ଷ ନେତୃତ୍ୱର ଆବଶ୍ୟକ ରହିଛି । କିଛି ଏଭଳି ଭାବରେ ସବୁଠୁ ପୁରୁଣା ରାଜନୈତିକ ଦଳର ଅଫରକୁ ପ୍ରତ୍ୟାଖାନ ପ୍ରଶାନ୍ତ । କିନ୍ତୁ ଚର୍ଚ୍ଚିତ ଘଟଣା ପଛରେ ଆଉ କିଛି କାରଣ ଥିବା କୁହାଯାଉଛି ।

ଦଳରେ ଯୋଗ ଦେବା ପୂର୍ବରୁ ପ୍ରଶାନ୍ତ କିଛି ସର୍ତ ରଖିବା ସହ ଦଳରେ ସାମିଲ ହେବା ପରେ କିଛି ବଡ ପଦକ୍ଷେପ ଗ୍ରହଣ କରିବା ନେଇ ଚିନ୍ତା କରୁଥିଲେ । ଯାହାକୁ ନେଇ ପ୍ରଶାନ୍ତ ଓ ଦଳର କିଛି ବରିଷ୍ଠ ନେତାଙ୍କ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଥିଲ । ଆସନ୍ତୁ ନଜର ପକାଇବା ପ୍ରଶାନ୍ତ କଂଗ୍ରେସରେ ସାମିଲ ନ ହେବା ନେଇ ଚର୍ଚ୍ଚିିତ ସମ୍ଭାବ୍ୟ କାରଣଗୁଡିକ ଉପରେ:
ପ୍ରଶାନ୍ତ ଚାହୁଁଥିଲେ-
. ଦଳର ଆଗାମୀ ଅଧ୍ୟକ୍ଷ ଦାୟିତ୍ୱ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦିଆଯାଉ ।
. ଦଳରେ ତୁରନ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନିଯୁକ୍ତି ।
. ସଂସଦୀୟ ବୋର୍ଡର ପୁର୍ନଗଠନ ।
. ମିଶନ ୨୦୨୪ ପାଇଁ ପୂର୍ଣ୍ଣ ସ୍ୱାଧୀନତା ସହ କାମ କରିବା ପାଇଁ ମୌକା

ସେହିପରି ଦଳର କିଛି ବରିଷ୍ଟ ନେତାଙ୍କୁ ପ୍ରଶାନ୍ତଙ୍କ ଏହି ସର୍ତକୁ ନେଇ ଆପତି ରହିଥିବା ଚର୍ଚ୍ଚା ହେଉଛି:
ଦଳର ବରିଷ୍ଠ ନେତାଙ୍କ ଆପତି:
. ଦଳରେ କୌଣସି ଉଚ୍ଚ ପଦ ପ୍ରଶାନ୍ତଙ୍କୁ ଦବା ପାଇଁ ବିରୋଧ କରୁଥିଲେ କଂଗ୍ରେସର କିଛି ବରିଷ୍ଠ ନେତା
. ନିର୍ବାଚନ ହେବାକୁ ଥିବା ରାଜ୍ୟରେ ପିକେ ଦଳର ନେତୃତ୍ୱ ନେବାକୁ ଚାହୁଁଥିଲେ ଯାହାକୁ ଦଳର ଏକ ଗୋଷ୍ଠୀ ଗ୍ରହଣ କରିନଥିଲେ ।
.ପ୍ରତିଦ୍ୱନ୍ଦିଙ୍କ ସହ ପ୍ରଶାନ୍ତଙ୍କ କନେକ୍ସନ ବି ଫାଟର ପ୍ରମୁଖର କାରଣ ବୋଲି ଚର୍ଚ୍ଚା ହେଉଛି ।
.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନୀର୍ଜୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହ ପ୍ରଶାନ୍ତଙ୍କ ମଜବୁତ ସର୍ମ୍ପକକୁ ହଜମ କରିପାରୁନଥିଲେ ଦଳର ନେତା
. ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହ ପ୍ରଶାନ୍ତଙ୍କ ଆଇପ୍ୟାକ ସଂସ୍ଥା ସହ ଚୁକ୍ତି ।

ଗୋଟେ ପଟେ ପ୍ରଶାନ୍ତ କିଶୋରଙ୍କ ସର୍ତ ଅନ୍ୟପଟେ କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ଆପତି । ଏହା ଭିତରେ କଂଗ୍ରେସରେ ଏହି ଜଣାଶୁଣା ପୋଲ ଷ୍ଟାଟେଜି ମେକରଙ୍କ ସାମିଲ ହେବା ଆଶାମଉଳିଯାଇଛି । ଏବେ ଦଳକୁ କିଭଳି ଆଗକୁ ନିଆଯିବ ସେନେଇ ଦଳର ହାଇକମାଣ୍ଡଙ୍କ ଚିନ୍ତା ବୃଦ୍ଧି ହେବା ସ୍ୱାଭାବିକ ।

ସୋନିଆଙ୍କ ସହ ଘନ ଘନ ବୈଠକ ପରେ ପ୍ରଶାନ୍ତ ଦଳରେ ସାମିଲ ହେବା ପାଇଁ ଚର୍ଚ୍ଚା ଜୋର ଧରିଥିଲା । ୨୦୨୪ ନିର୍ବାଚନ ପାଇଁ ଦଳକୁ ଟିପସ ମଧ୍ୟ ଦେଇଥିଲେ । ପିକେ ଫୂର୍ମଲା ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ପାଇଁ ସଂଜୀବନୀ ସାବ୍ୟସ୍ତ ହେବ ବୋଲି ଚର୍ଚ୍ଚା ହୋଇଥିଲା । ଏବଂ ଏହି ସମସ୍ତ ଚର୍ଚ୍ଚା ଉପରେ ବିରାମ ଲାଗିଛି । କଂଗ୍ରେସ ରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର ।