କନକ ବ୍ୟୁରୋ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲର ୧୫ତମ ସଂସ୍କରଣ ପାଇଁ ଭେନ୍ୟୁର ଖୁଲାସା କରିଛନ୍ତି । ସୌରଭ ଗାଙ୍ଗୁଲି କହିଛନ୍ତି କି, ବୋର୍ଡ ଏଥର ଆଇପିଏଲ ଭାରତରେ କରିବାକୁ ଚିନ୍ତା କରୁଛି । ମୁମ୍ବାଇ ଓ ପୁନେରେ ଆଇପିଏଲ ଲିଗ ମ୍ୟାଚ ଖେଳାଯିବାର ସମ୍ଭାବନା ରହିଛି । ହେଲେ ନକଆଉଟ ମ୍ୟାଚ ପାଇଁ ଏବେ ବିଚାର ଚାଲିଛି ।
ସୌରଭ ଗାଙ୍ଗୁଲି ଆହୁରି କହିଛନ୍ତି କି, ଭାରତରେ ଆଇପିଏଲ ଖେଳାଯିବ ଯେଉଁ ଯାଏଁ କରୋନାର କୌଣସି ବିଦ ଆସିନାହିଁ । ଆମେ ଏହି ସବୁ ମ୍ୟାଚକୁ ମୁମ୍ବାଇ ଆଉ ପୁନେରେ କରିବାକୁ ଚାହୁଁଛୁ । ଆଉ ନକଆଉଟ ମ୍ୟାଚ ଉପରେ ବିଚାର ଚାଲିଛି । କିଛିଦିନ ଭିତରେ ଏହାର ନିଷ୍ପତ୍ତି ଆସିଯିବ ।
କରୋନା ଯୋଗୁଁ ୨୦୨୦ରେ ପୂରା ସଂସ୍କରଣ ୟୁଏଇରେ ଖେଳାଯାଇଥିଲା । ୨୦୨୧ର ଅଧା ସଂସ୍କରଣ ମଧ୍ୟ ୟୁଏଇରେ ଖେଳାଯାଇଥିଲା । ଫ୍ୟାନଙ୍କୁ ଆଇପିଏଲ ମ୍ୟାଚ ଦେଖିବା ପାଇଁ ଏବେ ଆହୁରି ଅପେକ୍ଷା କରିବାକୁ ପଡିବ । ତେବେ ଏଥର ମଧ୍ୟ କରୋନାର ତୃତୀୟ ଲହର ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ ମଧ୍ୟକୁ ଅନୁମତି ନଦେଇପାରେ ବିସିସିଆଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/1-6.jpg)