କେଉଁ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କଠାରେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ ।

କେଉଁ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କଠାରେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ ।

କନକ ବ୍ୟୁରୋ : କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତି କରୋନାରେ ସଂକ୍ରମିତ ହେବା ସମ୍ଭାବନା ଅଧିକ । ଏବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ନେଇ ଏକ ଅଧ୍ୟୟନ ହୋଇଛି । ଆରଏମଆରସି ଏବଂ ଭିମସାର ଡାକ୍ତରଙ୍କ ଏହି ଅଧ୍ୟୟନରୁ ଜଣାପଡିଛି ‘ବି’ ପଜିଟିଭ ଏବଂ ‘ଓ’ ପଜିଟିଭ ବ୍ୟକ୍ତି କରୋନାରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ । ଏହି ଅଧ୍ୟୟନରେ ଯେଉଁମାନେ ସାମିଲ ହୋଇଥିଲେ ସେମାନେ ଟିକା ନେଇଥିଲେ ।

କେଉଁ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କଠାରେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ? ଆରଏମଆରସି-ଭିମସାର ଡାକ୍ତରଙ୍କ ଅଧ୍ୟୟନରୁ ଆସିଲା ତଥ୍ୟ । ‘ବି’ ପଜିଟିଭ ଏବଂ ‘ଓ’ ପଜିଟିଭ ବ୍ୟକ୍ତିଙ୍କୁ ସମ୍ଭାବନା ଅଧିକ । ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ବା ଆରଏମଆରସି ଓ ସମ୍ବଲପୁର ଭିମସାରର ୪ ଜଣ ଡାକ୍ତର ବିଭିନ୍ନ ବ୍ଲଡଗ୍ରୁପ ଓ ଏହାର କରୋନା ହେବାର ସମ୍ଭାବନାକୁ ନେଇ ଗବେଷଣା କରିଥିଲେ । ନିର୍ଦ୍ଦେଶିକା ସଂଘମିତ୍ରା ପତି ଓ ଭିମସାରର ୪ ଡାକ୍ତର, ଡାକ୍ତର ଏସକେ. ମିଶ୍ର, ଏସ.କେ ପ୍ରଧାନ, ଏସ ସାହୁ ଓ ଡାକ୍ତର ବି.କେ ନନ୍ଦ ଏହି ଅଧ୍ୟୟନ କରିଥିଲେ ।

୧୨୨ ଜଣ ଲୋକଙ୍କ ଉପରେ ଏହି ଅଧ୍ୟୟନ ହୋଇଥିଲା । ୫୬ ମହିଳା ଓ ୬୬ ପୁରୁଷଙ୍କ କ୍ଷେତ୍ରରେ ଏହି ଅଧ୍ୟୟନ ହୋଇଥିଲା । ଏମାନେ ୨୮ରୁ ୩୦ ଦିନ ମଧ୍ୟରେ ଦୁଇଟି ଯାକ ଡୋଜ ନେଇଥିଲେ । ଏହା ପରେ ୩ଟି ପର୍ଯ୍ୟାୟରେ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ହୋଇଥିଲା । ପ୍ରଥମ ଡୋଜର ୧ ମାସ, ଦ୍ୱିତୀୟ ଡୋଜର ୨ ମାସ ଓ ୬ ମାସ ପରେ ନମୂନା ସଂଗ୍ରହ ହୋଇଥିଲା । ଏଥିରେ ଦେଖାଯାଇଥିଲା, ‘ବି’ ପଜିଟିଭ ଏବଂ ‘ଓ’ ପଜିଟିଭ ବ୍ଲଡଗ୍ରୁପ ଥିବା ଲୋକଙ୍କ କ୍ଷେତ୍ରରେ ସଂକ୍ରମଣର ସମ୍ଭାବନା ଅଧିକ ରହିଛି ।

ଗବେଷଣା ନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଗବେଷଣାରେ ସାମିଲ ଥିବା ଭିମସାର ଡାକ୍ତର ସଂଜୀବ ମିଶ୍ର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ସ୍ୱୀକୃତି ଦେଇଥିବା ସେ କହିିଛନ୍ତି । ଆରଏମଆରସି ନିର୍ଦ୍ଦେଶିକା ଓ ଭିମସାରର ଅଧ୍ୟୟନ ଆହୁରି କହୁଛି,
*ଟିକା ନେବାର ୬ ମାସ ପରେ ଆଣ୍ଟିବଡି କମ ହେଉଛି
*ଏହା ସହ କରୋନା ସଂକ୍ରମଣର ପ୍ରଭାବ ଅଧିକ ରହୁଛି
*ଅଧିକ ପ୍ରତିଷେଧକ ପାଇଁ ବୁଷ୍ଟର ଡୋଜ୍ ନେବା ଜରୁରୀ ବୋଲି କୁହାଯାଇଛି ।

ଆରଏମଆରସି ନିର୍ଦ୍ଦେଶିକା ଓ ଭିମସାର ଡାକ୍ତରଙ୍କ ଏହି ଗବେଷଣାତ୍ମକ ଲେଖା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କୋଭିଡ ରିସର୍ଚ୍ଚ ଡାଟାବେସରେ ସ୍ଥାନ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe