ଏହି ୩ ଉନ୍ନତ ଦେଶ ପାଖରେ ରହିଛି ଆଣ୍ଟି- ସାଟେଲାଇଟ୍ ହତିଆର ଟେକନିକ୍ ! ଆଜିଠାରୁ ଚତୁର୍ଥ ସ୍ଥାନରେ ରହିଲା ଭାରତ ।

584

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରପ୍ରାଇଜ୍ ସନ୍ଦେଶ ଦେବା କଥା କହିଥିଲେ ଯେଉଁଥିରେ ସେ ଲୋ ଆର୍ଥ ଆରବିଟ୍ ଅର୍ଥାତ୍ ନିମ୍ନ ପୃଥିବୀ କକ୍ଷରେ ଆଣ୍ଟି – ସାଟେଲାଇଟ୍ ଟେକନିକରେ ସଫଳ ହେବା କଥା କହିଥିଲେ । ସେ ଏହାକୁ ବହୁତ ବଡ ଉପଲବ୍ଧି ବୋଲି କହିଥିଲେ । ଏହି ଟେକନିକ୍ ମାଧ୍ୟମରେ ପୃଥିବୀରେ ବସି ଅନ୍ତରୀକ୍ଷରେ ବୁଲୁଥିବା ସାଟେଲାଇଟ୍ କୁ ବନ୍ଦ କରାଯାଇପାରିବ । ତେବେ ଏହି ଟେକନିକ୍ ଏ ପର୍ଯ୍ୟନ୍ତ ୩ ଟି ଦେଶ ପାଖରେ ଥିଲା । ଭାରତ ଏହି ମାମଲାରେ ଏବେ ଚତୁର୍ଥ ଦେଶ ପାଲଟିଯାଇଛି । ଭାରତ ୨୦୧୨ ମସିହାରେ ଏହା ଉପରେ କାମ କରିବା ଆରମ୍ଭ କରିଥିଲା । ବର୍ତ୍ତମାନ ଭାରତ ଏ ଉପରେ ସଫଳତା ହାସଲ କରିସାରିଛି । କଳନା କରାଯାଉଛି କି ଆସୁଥିବା ସମୟରେ ଚତୁର୍ଥ ବିଶ୍ୱଯୁଦ୍ଧ ଅନ୍ତରୀକ୍ଷରେ ଲଢାଯିବ । ଯେଉଁ ଦେଶ ପାଖରେ ଆଣ୍ଟି – ସାଟେଲାଇଟ୍ ଟେକନିକ୍ ରହିଛି ସେହି ଦେଶ ଏହି ଯୁଦ୍ଧରେ ବାଜିମାତ୍ କରିବ । ତେବେ ଆସନ୍ତୁ ଜାଣିବା କେଉଁ ୩ ଦେଶ ପାଖରେ ପ୍ରଥମେ ଏହି ସୁବିଧା ରହିଛି ।

ଆମେରିକା,ଚୀନ୍ ଏବଂ ଋଷ୍ ହେଉଛି ସେହି ତିନି ଦେଶ ଯାହାପାଖରେ ଏହି ଟେକନିକ୍ ରହିଛି । ଚୀନ୍ ୨୦୧୦ ରେ ଏହି ଟେକନିକ୍ ର ସଫଳ ପରୀକ୍ଷଣ କରିଥିଲା । ସେତେବେଳେ ଚୀନ୍ ନିଜ ନିଜର ଇଣ୍ଟରସ୍ପେସ୍ ଆଣ୍ଟି ବେଲିଷ୍ଟିକ୍ ମିସାଇଲ୍ (ଏବିଏମ୍) ରେ ଅନ୍ତରୀକ୍ଷରେ ବୁଲୁଥିବା ସାଟେଲାଇଟ୍ ଉପରେ ଟାର୍ଗେଟ୍ କରିଥିଲା । ଏଭଳି ଆଣ୍ଟି – ସାଟେଲାଇଟ୍ (ଏଏସଏଟି) ସିଷ୍ଟମ୍ କୁହାଯାଏ । ଏହି ସିଷ୍ଟମର ବ୍ୟବହାର କରି ଏହି ୩ ଉନ୍ନତ ଦେଶ ନିଜର ଖରାପ ହୋଇଥିବା ସାଟେଲାଇଟକୁ ସିଧାସଳଖ ଟାର୍ଗେଟ୍ କରି ନଷ୍ଟ କରିଥାନ୍ତି ।