ବର୍ଷା-ଅନୁଭବଙ୍କ ସଂପର୍କ ଭିତରେ କେଉଁ ଅଭିନେତ୍ରୀ ମାରିଥିଲେ ଏଂଟ୍ରି । ଉଭୟଙ୍କ ମେସେଜରୁ ସ୍ପଷ୍ଟ ହେଲା ଅଭିନେତ୍ରୀଙ୍କ କଥା : ଅନୁଭବ ଲେଖିଛନ୍ତି, କଥା ହୋଇଥିଲେ ବୋଲି ତାଙ୍କ ନାଁ ସହ ଯୋଡା ହୋଇଥିଲା ଅଭିନେତ୍ରୀଙ୍କ ନାଁ : ବର୍ଷା ଲେଖିଲେ, ଅଭିନେତ୍ରୀଙ୍କ ପାଇଁ ତାଙ୍କ ସହ କାଟି ଦେଇଥିଲେ ସଂପର୍କ

15,668

କନକ ବ୍ୟୁରୋ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ସମ୍ପର୍କ ଭିତରକୁ ପଶିଆସିଥିବା ଅଭିନେତ୍ରୀ ଜଣଙ୍କ କିଏ । ଯାହାର ନାଁ ନେଇ ବର୍ଷା ଅନୁଭବଙ୍କୁ ଚିଠି ଲେଖିଛନ୍ତି ।

(ଅନୁଭବ) ୨୦୧୬ରେ ମୁଁ ଜଣେ ଝିଅଙ୍କ ସହିତ କଥା ହେଉଥିବା ଯୋଗୁଁ ସେହି ଯୁବତୀଙ୍କ ସହିତ ମୋ ନାଁକୁ ଯୋଡା ଯାଇଥିଲା । କିନ୍ତୁ ମୁଁ ତୁମ ଛଡା ଆଉ କାହା ବିଷୟରେ ଭାବିନଥିଲି । ତେବେ ଏହି ଝିଅ ସହିତ ଅଳ୍ପ ଦିନ ପାଇଁ ସମ୍ପର୍କରେ ଥିଲି । କାରଣ ମୋ ମୁଣ୍ଡ ଉପରେ ସାମାଜିକ ଏବଂ ରାଜନୈତିକ ଦାୟିତ୍ୱ ଥିଲା ।

୨୦୧୭ ମସିହାରେ ପୁଣି ଆଉ ଜଣେ ଝିଅଙ୍କ ସହିତ ସମ୍ପର୍କ ସୃଷ୍ଟି ହୋଇଥିଲା । ତାଙ୍କ ସହିତ କଥା ହେବାରେ ଖୁସି ଅନୁଭବ କରୁଥିଲି । ତାଙ୍କ ସହିତ କଥା ହେବା ସହ ଦେଖା ମଧ୍ୟ କରିଛି । ତେବେ ୨୦୧୭ରୁ ୨୦୨୦ ଭିତରେ ମୁଁ କୌଣସି ଯୁବତୀଙ୍କ ସମ୍ପର୍କରେ ନାହିଁ । ନାଁ ମୁଁ କୌଣସି ଯୁବତୀଙ୍କ ପାଖରେ ଆଗ୍ରହ ପ୍ରକାଶ କରିଛି ନା ଆଉ କାହା ବିଷୟରେ ଭାବିବା ପାଇଁ ମୋ ପାଖରେ ସମୟ ଅଛି ।

(ବର୍ଷା ) ଆମେ ଭିତରେ ସମ୍ପର୍କକୁ ନେଇ ଯଦି ତମେ ସତରେ ଏତେ ଗମ୍ଭୀର ଥିଲ, ତାହା ହେଲେ ଆଗ୍ରହ କାହିଁକି ଦେଖାଉନଥିଲ । କେବଳ ମତେ ରୁମ ଭିତରେ ଏକୁଟିଆ କାନ୍ଦିବା ପାଇଁ ଛାଡି ଦେଉଥିଲ । ମୁଁ ହାତ ଯୋଡି ତୁମକୁ ଅନୁରୋଧ କରୁଥିଲି, ଗୋଟିଏ ସନ୍ତାନ ପାଇଁ , ନିଶା ଦ୍ରବ୍ୟ ଛାଡିଦେବାପାଇଁ ଏବଂ ତୁମ ବ୍ୟାପାର ମଧ୍ୟ ଛାଡିଦେବାପାଇଁ ।

ତୁମେ ଜଣେ ଅଭିନେତ୍ରୀଙ୍କୁ କଥା ଦେଇଥିଲ ମୋ ସହିତ ଶାରିରୀକ ସମ୍ପର୍କ ନ ରଖିବା ପାଇଁ । ତୁମେ ସେୟା ହିଁ କଲ । ପରକିୟାପ୍ରିତି ପାଇଁ ତୁମେ ମତେ ୯ରୁ ୧୦ ମାସ ଦୁରେଇ ରଖିଥିଲ । ଏବଂ ଏହା ମିଛକଥା ନୁହେଁ, ଏହା ତୁମେ ବି ଜାଣିଛ, ଯାହାକୁ ପରିବାର ସଦସ୍ୟମାନେ ଦେଖିଛନ୍ତି ।

(ଅନୁଭବ) ଗତ ଶୀତ ଅଧିବେଶନରେ ତୁମେ ଦିଲ୍ଲୀ ଆସିବା ପାଇଁ ରାଜି ହେଲ ନାହିଁ । ନ ଆସିବା ପାଇଁ ବହୁତ ବାହାନା କଲ । ବଜେଟ ଅଧିବେଶନ ବେଳେ ବି ତମେ ଦିଲ୍ଲୀ ଆସିଲ ନାହିଁ । ବରଂ ମତେ ଅପମାନ ଦେଲ । ଆଉ ତୁମ ପରିବାର ସଦସ୍ୟଙ୍କ ଆଗରେ ମତେ ଶାରିରିକ ଆଘାତ ବି ଦେଲ । ତଥାପି ମୁଁ ମାର୍ଚ୍ଚ ୫ ତାରିଖରେ ଦିଲ୍ଲୀରୁ ଆସିଲି ତୁମକ ନେବା ପାଇଁ । ୭ ତାରିଖ ରାତିରେ ଫେରିବା ପାଇଁ ଟିକେଟ କରିଥିଲି । ତମେ ଭଲ ଭାବରେ ଜାଣିଛ ।

କିନ୍ତୁ ଦୁର୍ଭାଗ୍ୟବଶତଃ ତମେ ରାତି ସାରା ମୋ ସହିତ ଝଗଡା କଲ । ଯାହା ବି ହେଉ ମୁଁ ସକାଳୁ ଉଠିଲି ଏବଂ ଆଶ୍ଚର୍ଯ୍ୟ ହେଲି ତମେ ଦିଲ୍ଲୀ ଯିବା ପାଇଁ ପ୍ରସ୍ତୁତ ନଥିଲ । ମୁଁ ତୁମକୁ ଅନୁରୋଧ କଲି କିନ୍ତୁ ତୁମେ ମୋ ଆଡକୁ ଚାହିଁଲ ବି ନାହିଁ । ଭଗବାନ ଜାଣନ୍ତି ମୁଁ ତୁମକୁ କେତେବେଳେ ଅପମାନ ଦେଲି । ମତେ ବହୁତ କଷ୍ଟ ସହିବାକୁ ପଡିଛି ।

(ବର୍ଷା) ମୁଁ ସବୁବେଳେ ଚେଷ୍ଟା କରିଆସିଛି ଆମ ବାହାଘରକୁ କେମିତି ସୁରକ୍ଷା ଦେଇହେବ ଏବଂ ଏହି ସମ୍ପର୍କକୁ ମୁଁ ସବୁବେଳେ ସମ୍ମାନ ଦେଇଛି । ଏଭଳି ମେସେଜ ଦେଇ ତମେ ବହୁତ ଅମାନବୀୟ ବ୍ୟବହାର କରୁଛ । ତମେ ଜାଣିଛ ମୁଁ ଟିକିଏ ଦୁର୍ବଳ । ମୋର ନିମ୍ନ ରକ୍ତଚାପ ସମସ୍ୟା ରହିଛି । ଥାଇରଏଡ ଓ ମାନସିକ ଅବସାଦରେ ମଧ୍ୟ ଅଛି ।

ତଥାପି କେତେ ନିଷ୍ଠୁରତାର ସହ ତମେ ମୋ ସହିତ ଖେଳୁଛ । ଦୁନିଆରେ ତମେ ସବୁଠାରୁ କୃତଘ୍ନ ବ୍ୟକ୍ତି, ଯିଏ ମୋ ପଛରେ ବାରମ୍ବାର ଛୁରି ଭୁଶି ଚାଲିଛି । ମୋ ବୋକା ଭଳିଆ ମୋର ସବୁକିଛି ତୁମକୁ ଦେଇଆସିଛି ଏବଂ ଭଲ ପାଇଆସିଛି । ତମେ ମତେ ସବୁବେଳେ ରାସ୍ତାର ବୁଲା କୁକୁର ଭଳି ବ୍ୟବହାର କରିଛ ।