କନକ ବ୍ୟୁରୋ : ସରଧନା ବିଧାନସଭା କ୍ଷେତ୍ରର ବିଧାୟକ ତଥା ବିଜେପିର ଫାୟାର ବ୍ରାଣ୍ଡ ନେତା ସଂଗୀତ ସୋମ ପୁଣିଥରେ ବିବାଦୀୟ ବୟାନ ଦେଇ ଫଶିଛନ୍ତି । ମଙ୍ଗଳବାର ଦିନ ସଂଗୀତ ସୋମ ଏକ ସାମ୍ବାଦକ ସମ୍ମିଳନୀରେ କହିଛନ୍ତି କି ରାଜ୍ୟରେ ଯେଉଁ ଯେଉଁ ସ୍ଥାନରେ ମନ୍ଦିର ଭାଙ୍ଗି ମସଜିଦ୍ ନିର୍ମାଣ ହୋଇଛି ସେହିସବୁ ସ୍ଥାନରେ ବିଜେପି ପୁଣି ମନ୍ଦିର ନିର୍ମାଣ କରାଯିବ । ଏହା ବ୍ୟତୀତ ସଂଗୀତ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ “ଆଜିକାଲି କିଛି ଲୋକ ଋତୁକାଳୀନ ହିନ୍ଦୁ ହେଉଛନ୍ତି, ନିଜ ସରକାର ସମୟରେ ସନ୍ଥ ମାନଙ୍କ ଉପରେ ଲାଠିଚାର୍ଜ କରିଥିବା ଲୋକ ଏବେ ହରିଦ୍ୱାର ଯାଇ କ୍ଷମା ମାଗୁଛନ୍ତି । ”

Advertisment

କହିରଖୁ ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କୁ ୪.୫ ବର୍ଷ ପୂରଣ ଅବସରରେ ରାଜ୍ୟର ୪୦୩ ଠି ବିଧାନସଭା କ୍ଷେତ୍ରରେ ବିଜେପି ତାର କାର୍ଯ୍ୟ ରିପୋର୍ଟ ଦେଖାଉଛି । ମେରଠର ସରଦନା ବିଧାନସଭା କ୍ଷେତ୍ରରେ ବିଜେପି ବିଧାୟକ ସଂଗୀତ ସୋମ ବି ୧୫୦ ପୃଷ୍ଟାର ଚିଠା ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ସମସ୍ତ ଉପଲବ୍ଧି ବଖାଣିବା ସହ ସମାଜବାଦୀ ପାର୍ଟି ଅଖିଳେଶ ଯାଦବଙ୍କ ଉପରେ ଟାର୍ଗେଟ୍ କରିଥିଲେ । ସେ କହିଥିଲେ କି ମିଶନ ୨୦୨୨ କୁ ନଜରରେ ରଖି ବହୁତ ଲୋକ ଋତୁକାଳୀନ ହିନ୍ଦୁ ହୋଇଛନ୍ତି । ଏହାସହ ସମାଜବାଦୀ ପାର୍ଟି ମୁଖ୍ୟ ଭଗବାନ ବିଶ୍ୱକର୍ମାଙ୍କ ମନ୍ଦିର ବି ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ଏହାସହ ସେ ଅଖିଳେଶଙ୍କ ଉର୍ଦ୍ଦେଶ୍ୟରେ କହିଥିଲେ କି ଯାହା ସରକାରଙ୍କ ସମୟରେ ସନ୍ଥ ମାନଙ୍କ ଉପରେ ଲାଠିଚାର୍ଜ କରାଯାଉଥିଲା ତା’ର ମୁଖିଆ ଏବେ ହରିଦ୍ୱାର ଯାଇ ସନ୍ଥଙ୍କୁ କ୍ଷମା ମାଗୁଛନ୍ତି ।

କହିରଖୁ କି ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ଚାଲିଥିଲେ ବି ଏହା ପଛରେ ଥିବା ବିବାଦ ଏବେ ବି କୁହୁଳୁଛି । ଏପଟେ ଗତକାଲି ଅଯୋଧ୍ୟାରେ ଜଣେ ସନ୍ଥଙ୍କ ଆତ୍ମହତ୍ୟା ନେଇ ଏବେ ସେଠାରେ ପରିସ୍ଥିତି ଉତ୍ତେଜନା ପ୍ରବଣ ରହିଛି । ଠିକ୍ ଏହି ସମୟରେ ବିଜେପି ବିଧାୟଙ୍କ ଏଭଳି ବୟାନ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଇ ପାରେ ବୋଲି ଅନୁମାନ କରାଯାଉଛି ।