ଲୋକଙ୍କ ହିତ ପାଇଁ ସେବା ଆରମ୍ଭ ହେଲା କିନ୍ତୁ କାମ କଲାନି । ଉଦଘାଟନ୍ ବର୍ଷେ ଭିତରେ ଖତଖାଉଛି ବାଇକ୍ ଆମ୍ବୁଲାନ୍ସ । 

65

କନକ ବ୍ୟୁରୋ : ପ୍ରତ୍ୟେକ ବର୍ଷ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ପୁଳା ପୁଳା ଯୋଜନା ଆଣୁଛନ୍ତି । କେଉଁଠି ମେଡ଼ିକାଲ ପାଇଁ ଭିତ୍ତିଭୂମି ଯୋଗାଉଛନ୍ତି ତ କେଉଁଠି ଡାକ୍ତର । ଏହି କ୍ରମରେ କୋରାପୁଟର ଦୁର୍ଗମ ଅଞ୍ଚଳ ଲୋକଙ୍କ ପାଇଁ ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ ସରକାର । ହେଲେ ଏବେ ଖତ ଖାଉଛି କୋରାପୁଟ ଜିଲ୍ଲାର ବାଇକ ଆମ୍ବୁଲାନ୍ସ ।

କୋରାପୁଟ ଜିଲ୍ଲାର ଯେଉଁ ଉପାନ୍ତ ଅଞ୍ଚଳକୁ ୪ ଚକିଆ ଆମ୍ବୁଲାନ୍ସ ଯାଇପାରିବ ନାହିଁ ସେଠାକୁ ଯିବ ବାଇକ୍ ଆମ୍ବୁଲାନ୍ସ । ଦୁର୍ଗମ ଓ ପାହାଡିଆ ଅଞ୍ଚଳରୁ ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା । ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ କୋରାପୁଟରେ ବାଇକ୍ ଆମ୍ବୁଲାନ୍ସର ଉଦଘାଟନ ହୋଇଥିଲା । ହେଲେ ମାତ୍ର ଦିନ କେଇଟା ପରେ ଠପ୍ ହୋଇଯାଇଛି ସେବା, ଖତ ଖାଉଛି ବାଇକ୍ ଆମ୍ବୁଲାନ୍ସ । ଏବେ ପୁଣି ସେଇ ପୁରୁଣା ସମସ୍ୟାରେ ଘାଣ୍ଟି ହେଉଛନ୍ତି ଆଦିବାସୀ ଅଞ୍ଚଳର ଲୋକେ ।

ବାଇକ୍ ଆମ୍ବୁଲାନ୍ସ ଖତ ଖାଉଥିବା ବେଳେ ଜିଲ୍ଲାପାଳ କହିଛନ୍ତି ଏଗୁଡିକ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଚଳପ୍ରଚଳ ହେଉଛି । ଆବଶ୍ୟକ ସ୍ଥଳକୁ ଯାଇ ରୋଗୀଙ୍କୁ ଡାକ୍ତରଖାନାକୁ ଅଣାଯାଉଛି । ତେବେ ଲୋକଙ୍କ ସୁବିଧା ପାଇଁ ଯୋଜନା ହେଉଛି । ହେଲେ ଯୋଜନାର ସଫଳ କାର୍ଯ୍ୟକାରୀ ହେଉନଥିବାରୁ କୋଟି କୋଟି ଟଙ୍କା ନଷ୍ଟ ହେଉଛି ।