କନକ ବ୍ୟୁରୋ : କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା ସିତ୍ରାଙ୍ଗ । ଆଇଏମଡି-ଜିଏଫ୍ଏସ୍ ମଡେଲର ଆକଳନ, ଓଡ଼ିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା । ୨୮ ତାରିଖ ସକାଳ ୫ଟା ୩୦ରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । କିନ୍ତୁ ଏହା କେବଳ ମଡେଲ ଆଧାରରେ ଏକ ଆକଳନ । ବାତ୍ୟାର ଗତି ଓ ଦିଗ କେଉଁ ଆଡେ ରହିବ, ସେନେଇ ଏଯାଏଁ ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ ।

Advertisment

ହେଲେ ସିଏମଡବ୍ଲ୍ୟୁଏଫ୍ ମଡେଲର ଆକଳନ ଅନୁସାରେ ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ପଥେର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ୨୫ ତାରିଖ ସକାଳ ୫ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍ କରିବା ନେଇ ଏହି ମଡେଲ କହିଛି । ସମ୍ଭାବ୍ୟ ବାତ୍ୟାର ସ୍ଥିତି, ଗତି ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇଥିଲେ ବି ବିଭିନ୍ନ ମଡେଲ ଏହାକୁ ନେଇ ଆକଳନ କରୁଛନ୍ତି । ଭାରତୀୟ ପାଣିପାଗ ବିଭାଗର ନଜର ସମସ୍ତ ମଡେଲ ଉପରେ ରହିଛି । ପ୍ରତ୍ୟେକ ମଡେଲକୁ ବିଶ୍ଳେଷଣ କରୁଛି ଆଇଏମଡି ।

ସେପଟେ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ବାତ୍ୟା ସିଧାସଳଖ ଓଡ଼ିଶାରେ ମାଡ଼ ହୋଇନପାରେ । ତାଙ୍କ ଆକଳନ ଅନୁସାରେ

- ୨୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ବଙ୍ଗୋପସାଗରରେ ରହିବ ଲଘୁଚାପ
- ୨୨ କିମ୍ବା ୨୩ ସକାଳ ସୁଦ୍ଧା ଗଭୀର ଅବପାତ ରୂପ ନେଇପାରେ
- ୨୩ରୁ ୨୫ ଭିତରେ ଘନୀଭୂତ ହେବ ଗଭୀର ଅବପାତ
- ୨୩ ତାରିଖରୁ ବାତ୍ୟା ଗତିପଥର ତିନିଟି ସମ୍ଭାବନା ରହିଛି
- ପ୍ରଥମ ସମ୍ଭାବନା- କେନ୍ଦ୍ରାପଡ଼ାରୁ ଦୀଘାର ସଂଲଗ୍ନ ଅଞ୍ଚଳ
- ଦ୍ୱିତୀୟ ସମ୍ଭାବନା- ସାଗର ଦ୍ୱୀପପୁଞ୍ଜ
- ତୃତୀୟ ସମ୍ଭାବନା- ବାଂଲାଦେଶର ଚିତଗଙ୍ଗ ଅଞ୍ଚଳ
- ବାତ୍ୟା ପଶ୍ଚିମବଙ୍ଗ ଓ ସଂଲଗ୍ନ ସାଗର ଦ୍ୱୀପପୁଞ୍ଜ ମୁହାଁଇବା ସମ୍ଭାବନା ଅଧିକ
- ୨୫ ତାରିଖରେ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ ଆକଳନ