କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଚଳାଇଥିବା ଆନ୍ଦୋଳନ ଆଜି ୫୦ ଦିନରେ ପହଂଚିଛି । ଆନ୍ଦୋଳନକୁ ୬ ସପ୍ତାହ ବିତିଯାଇଥିଲେ ବି କୃଷକ ଓ ସରକାରଙ୍କ ମଧ୍ୟରେ କୌଣସି ଗୋଟିଏ କଥାକୁ ନେଇ ସହମତି ହୋଇପାରି ନାହିଁ । ଆନ୍ଦୋଳନରତ କୃଷକ ମାନଙ୍କ ଠାରୁ ସୂଚନା ମିଳିଛି କି ଜାନୁଆରୀ ୨୬ ରେ କୃଷକ ମାନେ ଲାଲକିଲ୍ଲା ନୁହେଁ ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିବେ ।
କହିରଖୁ କି ଭାରତୀୟ କିଷାନ ୟୁନିୟନ ର ନେତା ବଲବୀର ସିଂ ରାଜେବାଲ ଆନ୍ଦୋଳନରତ କୃଷକ ମାନଙ୍କୁ ଏକ ଖୋଲା ଚିଠି ଲେଖି ଜଣାଇଛନ୍ତି କି କେବଳ ହରିଆଣା ନୁହେଁ ଦିଲ୍ଲୀ ସୀମାରେ ବି ଟ୍ରାକ୍ଟର ମାର୍ଚ୍ଚ ହେବ । ସେ ଆହୁରି ଲେଖିଛନ୍ତି କି ଲାଲକିଲ୍ଲାରେ କୃଷକ ମାନେ ଟ୍ରାକ୍ଟର ରାଲି କରିବେ ନାହିଁ । କୃଷକ ମାନେ ଦେଶଦ୍ରୋହୀ ଲୋକମାନଙ୍କ ଠାରୁ ଦୂରେଇ ରହିବାକୁ ସେ ଚେତାବନୀ ଦେଇଛନ୍ତି ।
ସୂଚନା ଥାଉକି ସୁପ୍ରିମକୋର୍ଟଙ୍କ କମିଟି ପ୍ରସ୍ତାବକୁ କୃଷକ ସଂଗଠନମାନେ ବିରୋଧ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଗତକାଲି କୃଷକ ସଂଗଠନ ମାନେ କୃଷି କାନୁନର ପ୍ରତୀକ ଜାଳିଛନ୍ତି । ଏହାସହ ଆନ୍ଦୋଳନକୁ ଆହୁରି ପ୍ରଖର କରିବାକୁ ଆହ୍ୱାନ ଦେଇଥିଲେ ।
ଅନ୍ୟପଟେ ଆସନ୍ତା କାଲି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ନବମ ଥର ପାଇଁ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କିଛି ନିସ୍କର୍ଷ ବାହାରିବ ବୋଲି ସରକାର ଆଶା କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କହିଛନ୍ତି କି ଆସନ୍ତା କାଲି ବୈଠକରେ କିଛି ବିକଳ୍ପ ଆଶା କରାଯାଉଛି ।