କନକ ବ୍ୟୁରୋ: ଉତ୍ତର ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ନୁହେଁ, ଉତ୍ତର ଓଡ଼ିଶାରେ ହିଁ ସ୍ଥାପିତ ହେବ। ଉତ୍ତର ଓଡିଶା ପରିଷଦ ଟାକ୍ସ ଫୋର୍ସର ପ୍ରଥମ ବୈଠକ ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି।

Advertisment

ବୈଠକରେ ପରିଷଦର ରୂପରେଖ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏବେ ଏହାକୁ ନେଇ ଏକ ବିଲ୍ ପ୍ରସ୍ତୁତ ହେବ। ପରେ ବିଧାନସଭାରେ ବିଲ୍ ପାରିତ କରାଯିବ। ଏଥିରେ ସଦସ୍ୟଙ୍କ ସଂଖ୍ୟା କେତେ ଓ ବ୍ୟୟ ଅଟକଳର ପ୍ରାବଧାନ ସମ୍ପର୍କରେ ଆଲୋଚନା ହୋଇଛି। ଏହାକୁ ରୂପରେଖ ଦେବା ପାଇଁ ଖୁବ୍ ଶୀଘ୍ର ପରିଷଦର ଦ୍ଵିତୀୟ ବୈଠକ ବସିବ। ସେଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ତଥା ଦାଦନ ରୋକିବା ଦିଗରେ ବିସ୍ତୃତ ଆଲୋଚନା ହେବ। ସେହିପରି ପର୍ଯ୍ୟଟନ ଶିଳ୍ପ ବିକାଶର ଗୁରୁତ୍ୱ ଦିଆଯିବ। ଏହାବାଦ୍ ବିଭିନ୍ନ ଜିଲ୍ଲାର ପାରିପାଶ୍ୱିର୍କ ସ୍ଥିତିକୁ ଗୁରୁତ୍ୱ ଦେଇ ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ଧ୍ୟାନ ଦିଆଯିବ।