କନକ ବ୍ୟୁରୋ: ଶୁକ୍ରବାର ଆମେରିକା ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ପ୍ରକାଶ କରାଯାଇଛି ଯେ, ମାରାତ୍ମକ କରୋନା ଭୂତାଣୁର ଉତ୍ପତି ନେଇ ପ୍ରକୃତ ତଥ୍ୟ କେବେ ବି ସାମ୍ନାକୁ ଆସି ନପାରେ । ଏହି ଭୂତାଣୁ ପ୍ରାଣୀଙ୍କ ଠାରୁ ମନୁଷ୍ୟଙ୍କୁ ବ୍ୟାପିଛି ନା ଚାଇନା ଲ୍ୟାବରୁ ବାହାରିଛି ସେ ବିଷୟରେ ଜାଣିବା ସମ୍ଭବ ନୁହେଁ । ଦ ଅଫିସ୍ ଅଫ୍ ୟୁଏସ ଡାଇରେକ୍ଟର ଅଫ ନ୍ୟାସନାଲ ଇଂଟେଲିଜେନ୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ,
- “କରୋନା ଭୂତାଣୁ ପ୍ରାଣୀଙ୍କ ଠାରୁ ମନୁଷ୍ୟଙ୍କ ପାଖକୁ ଆସିଛି କି ଉହାନ ଲ୍ୟାବରୁ ବାହାରିଛି ଉଭୟ ସାମ୍ଭାବ୍ୟ ତଥ୍ୟ । ପ୍ରକୃତ ସତ ନେଇ ବର୍ତମାନ ସୁଦ୍ଧା ସେଭଳି ଠୋସ୍ ପ୍ରମାଣ ନାହିଁ । ତେଣୁ କରୋନା ତଥ୍ୟ ନେଇ ପ୍ରକୃତ ସତ କେବେ ବି ସାମ୍ନକୁ ନ ଆସିପାରେ ବୋଲି କୁହାଯାଉଛି ।
ଏହାସହ ରିପୋର୍ଟରେ କୁହାଯାଇଛି ଯେ,
“କରୋନାକୁ ବାୟୋ-ୱିପନ ଭାବେ ବ୍ୟବହାର କରାଯାଇଥିବା ଅଭିଯୋଗ ଭିତ୍ତିହୀନ । ଆମ ପାଖରେ ଉହାନ ଲ୍ୟାବ ଭିତରକୁ ପ୍ରବେଶ କରିବାର ଅନୁମତି ନାହିଁ । ବିନା ପ୍ରମାଣରେ ଅଭିଯୋଗ ଲଗାଇବା ଉଚିତ୍ ନୁହେଁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।..”
ରାଷ୍ଟ୍ରପତି ଜୋ-ବାଇଡେନ୍ଙ୍କ ନିର୍ଦ୍ଦେଶରେ କରୋନା ଭୂତାଣୁକୁ ନେଇ ଅନୁସନ୍ଧାନ କରୁଥିବା ସଂସ୍ଥା ୯୦ ଦିନର ଯାଂଚ କରିବା ପରେ ଶୁକ୍ରବାର ଏହି ରିପୋର୍ଟ ପ୍ରକାଶ କରିଛି । ୨୦୧୯ ଡିସେମ୍ବର ମାସରେ ଚାଇନାର ଉହାନରେ ପ୍ରଥମେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା । ଯାହା ପରେ ସାରା ବିଶ୍ୱକୁ ବ୍ୟାପିଥିଲା । ଚୀନରୁ ବାହାରିଥିବା ଏହି ଭୂତାଣୁରେ ଆମେରିକା, ଇଟାଲୀ, ବ୍ରିଟେନ୍, ଭାରତ ଆଦି ଦେଶ ବେଶ ପ୍ରଭାବିତ ହୋଇଥିଲା । ଚୀନକୁ ଏଥିପାଇଁ ଦାୟୀ କରି ଆସୁଥିଲା ଆମେରିକା । ଆଉ ଏବେ ଆମେରିକା ଗୁଇନ୍ଦା ସଂସ୍ଥାର ଏଭଳି ତଥ୍ୟ କରୋନା ଉତ୍ପତି ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି ।