ଜଣାପଡିଲା ବ୍ୟାଙ୍କ ଲୁଟେରା ସୌମ୍ୟରଞ୍ଜନ ଘର କେଉଁଠି ? ସ୍ଥାନୀୟ ଯୁବକ ହୋଇଥିବାରୁ ସହଜ ହେଉଥିଲା ଚୋରି

6,179

କନକ ବ୍ୟୁରୋ : ସୌମ୍ୟରଞ୍ଜନର ଘର ମଂଚେଶ୍ୱରର ଟାଙ୍ଗିବନ୍ତ ଅଂଚଳ ବୋଲି ଜଣାପଡିଛି । ସେପେଟମ୍ବର ୭ ତାରିଖରେ ଭୁବନେଶ୍ୱରର ନନ୍ଦନ ବିହାର ଅଂଚଳ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ଲୁଟ କରିଥିଲା । ପରେ ଗତମାସ ୨୮ ତାରିଖରେ ଫିଲ୍ମ ଷ୍ଟାଇଲରେ ବ୍ୟାଙ୍କ ଅଫ ଇଣ୍ଡିଆ ବରିମୁଣ୍ଡ ଶାଖାରୁ ବନ୍ଧୁକ ଫୁଟାଇ ଲୁଟ କରିଥିଲା । ସୌମ୍ୟରଞ୍ଜନ ହେଲମେଟ ପିନ୍ଧି ଗାଡିରେ ଆସି ବ୍ୟାଙ୍କ ଭିତରକୁ ଧସେଇ ପଶିଥିଲା । ତାର ଦୁଇ ହାତରେ ଦୁଇଟି ପିସ୍ତଲ ଥିଲା ।

ଅତର୍କିତ ଗୁଳିମାଡ କରି ସେ ଏହି ଲୁଟ କରିଥିଲା ।  କନକନ୍ୟୁଜ ହାତରେ  ନନ୍ଦନବିହାର ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଏକ୍ସକ୍ଲୁସିଭ ଚିତ୍ର ହସ୍ତଗତ ହୋଇଛି । ଆପଣ ଦେଖୁଛନ୍ତି କେମିତି ହୋଇଥିଲା ଏହି ଲୁଟ୍ । ଗୋଟିଏ ମାସରେ  ରାଜଧାନୀରେ ଦୁଇ ଦୁଇଟି ବଡ ଚୋରି ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।  ଏହି ୱାନ ମ୍ୟାନ ଆର୍ମି ପୁଲିସର ନିଦ ହଜାଇ ଦେଇଥିଲା । ସ୍ଥାନୀୟ ଯୁବକ ହୋଇଥିବାକୁ ଚୋରି କରିବା ତା ପାଇଁ ସହଜ ହୋଇପଡୁଥିଲା ।