କାହିଁକି ହାତ ବାନ୍ଧି ବସିଥିଲା ପୋଲିସ? ୭ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମ ହେବା ପରେ ଆତ୍ମହତ୍ୟା କଲେ ନାବାଳିକା : ଏହାପରେ ବାପା ଆତ୍ମହତ୍ୟା ଉଦ୍ୟମ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

Advertisment
କାହିଁକି ହାତ ବାନ୍ଧି ବସିଥିଲା ପୋଲିସ? ୭ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମ ହେବା ପରେ ଆତ୍ମହତ୍ୟା କଲେ ନାବାଳିକା : ଏହାପରେ ବାପା ଆତ୍ମହତ୍ୟା ଉଦ୍ୟମ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

କନକ ବ୍ୟୁରୋ : ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଛତିଶଗଡ଼ରୁ ଆଉ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ୭ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ପୀଡ଼ିତା ଆତ୍ମହତ୍ୟା କରିବା, ସବୁ ଜାଣି ମଧ୍ୟ ପୁଲିସ ଏତଲା ନ ଲେଖିବା ଏବଂ ଶେଷରେ ନ୍ୟାୟ ନପାଇ ପୀଡ଼ିତାଙ୍କ ବାପା ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ଘଟିଥିବା ବେଳେ ପୀଡ଼ିତାଙ୍କ ବାପା ଆତ୍ମହତ୍ୟା ଉଦ୍ୟମ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।

ପୁଲିସର କହିବା ମୁତାବକ, ପୀଡ଼ିତା ପାଖ ଗାଁକୁ ଏକ ବିବାହରେ ଯୋଗ ଦେବା ପାଇଁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ଜଙ୍ଗଲ ଭିତରକୁ ଟାଣିନେବା ସହ ଅନେକ ଘଣ୍ଟା ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ। ପ୍ରଥମେ ୨ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ଦୁଷ୍କର୍ମ କରିଥିବା ବେଳେ ପରେ ଅନ୍ୟ ୫ଜଣ ଆସି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ କାହାକୁ ନକହିବା ପାଇଁ କହି ପୀଡ଼ିତାଙ୍କୁ ହତ୍ୟା ଧମକ ଦେଇଥିଲେ ଅଭିଯୁକ୍ତ। ଘରକୁ ଆସିବା ପରେ ପରିବାର ଲୋକଙ୍କୁ ନଜଣାଇ ପୀଡ଼ିତା ଜୁଲାଇ ୨୦ରେ ଆତ୍ମହତ୍ୟା କରିଥିଲା।

ଆତ୍ମହତ୍ୟାର କିଛି ଦିନ ପରେ ତାଙ୍କର ଜଣେ ବନ୍ଧୁ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା କଥା ତାଙ୍କ ପରିବାରକୁ ଜଣାଇଥିଲେ। ସବୁ ଜାଣିବାରେ ବିଳମ୍ବ ହୋଇଯାଇଥିବାରୁ ପୁଲିସ ଏତଲା ରୁଜୁ କରିବ କି ନାହିଁ ବୋଲି ଭାବି ପରିବାର ଲୋକେ ପୁଲିସକୁ ଜଣାଇନଥିଲେ। ଏହା ସହ ଝିଅ ସହ ଏଭଳି ଘଟିଥିବା ଜାଣି ବାପା ଆତ୍ମହତ୍ୟା ଉଦ୍ୟମ କରିଥିଲେ କିନ୍ତୁ ତାଙ୍କ ଜୀବନ ବଞ୍ଚିଯାଇଥିଲା।

ତେବେ ପୁଲିସ କିଛି ଜାଣି ନଥିବା କହୁଥିବା ବେଳେ ସ୍ଥାନୀୟ ଲୋକେ ଭିନ୍ନ ମତ ରଖିଛନ୍ତି। ପୁଲିସ ଗଣଦୁଷ୍କର୍ମ ବିଷୟରେ ଜାଣି ମଧ୍ୟ ଚୁପ୍ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏବେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ପୁଲିସ ଏବେ ୭ଜଣଙ୍କ ବିରୋଧରେ ଏତଲା ରୁଜୁ କରି ସେମାନଙ୍କୁ ଖୋଜିବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe