କେନ୍ଦ୍ରୀୟ ସୁଚନା ଆୟୋଗ ପ୍ରଧାନମନ୍ତ୍ରୀ ଏବଂ ସଂସ୍କୃତି ମନ୍ତ୍ରାଳୟକୁ ଜବାବ୍ ମାଗିଛନ୍ତି । ଆୟୋଗ ତରଫରୁ ଆରଟିଆଇ ଜାଚିକାର ଶୁଣାଣି ସମୟରେ ପ୍ରଶ୍ନ କରାଯାଇଥିଲା ଯେ କୋହିନୂର୍ ହୀରା ଏବଂ ଟିପ୍ପୁ ସୁଲତାନ ଖଣ୍ଡାକୁ ବିଦେଶରୁ ସ୍ୱଦେଶ ଆଣିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇଛି । ସୁଚନା ଆୟୋଗ ପ୍ରଫେସର ଏମ୍.ଶ୍ରୀଧର ଆଚାର୍ୟୁଲୁ ନିଜ ଆଦେଶରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗକୁ ଐତିହାସିକ ସ୍ଥଳ ତଥା ପ୍ରାଚୀନ ବସ୍ତୁର ଚୋରୀକୁ ରୋକିବା ପାଇଁ ଆଲର୍ଟ କରିଥିଲେ । ଏହା ସହ କେନ୍ଦ୍ରୀକୃତ ସାର୍ବଜନୀନ ଦସ୍ତାବିଜ ପ୍ରଣାଳୀକୁ ବିକସିତ କରିବା ପାଇଁ ଏଏସଆଇକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁଥିରେ ଚୋରି ହୋଇଥିବା ପ୍ରାଚୀନ ବସ୍ତୁ ଏବଂ ବିବରଣ ଏବଂ ଫଟୋଗ୍ରାଫକୁ ସୁରକ୍ଷିତ ରଖାଯାଇପାରିବ ।
ବିକେଏସଆର ଅୟଂଗାରଙ୍କ କେନ୍ଦ୍ରୀୟ ସୁଚନା ଆୟୋଗ ଅପିଲ୍ ଅନୁସାରେ ଭାରତ ସରକାର କୋହିନୂର୍ ହୀରା, ସୁଲତାନଗଞ୍ଜର ବୁଦ୍ଧ,ନାସାକ ହୀରା, ଟିପ୍ପୁ ସୁଲତାନଙ୍କ ଖଣ୍ଡା ଏବଂ ମୁଦ୍ରିକା,ମହାରାଜା ରଣଜୀତ୍ ସିଂହଙ୍କ ସ୍ୱର୍ଣ୍ଣ ସିଂହାସନ,ଶାହଜାହାଂଙ୍କ ରାଜକୀୟ ମଦିରା ଗିଲାସ,ଅମରାବତୀ ରେଲିଙ୍ଗ୍ ଏବଂ ବୁଦ୍ଧାପେଡ,ସରସ୍ୱତୀ ଦେବୀଙ୍କ ଚକମକ୍ କରୁଥିବା ପ୍ରତିମା ଏବଂ ଟିପୁ ସୁଲତାନଙ୍କ ମେକେନିକଲ୍ ବାଘକୁ ଭାରତ ସ୍ୱଦେଶ ଫେରାଇ ଆଣିବାକୁ ପ୍ରୟାସକୁ ନେଇ ବିବରଣୀ ମାଗିଥିଲେ ।
ଆଇଟିଆଇର ଉତ୍ତରରେ ଏଏସଆଇର ଜନସୁଚନା ଅଧିକାରୀ କହିଥିଲେ ଯେ ୧୯୭୨ ଅନୁସାରେ ଏଏସଆଇ କେବଳ ସେହି ପ୍ରାଚୀନ ବସ୍ତୁକୁ ବିଦେଶରୁ ସ୍ୱଦେଶ ଆଣିବା ପାଇଁ ପ୍ରଚାର କରିବ ଯାହାକୁ ଅବୈଧ ଭାବେ ବିଦେଶକୁ ପଠାଇ ଦିଆଯାଇଛି । ଏହି ବହୁମୂଲ୍ୟ କଳାକୃତି ବିଷୟରେ ଆୟୋଗର କହିବାନୁସାରେ ଏହା ଭାରତର ଗୌରବଶାଳୀ ସଂସ୍କୃତିକୁ ଦର୍ଶାଏ । ତେବେ ଆୟୋଗର କହିବାନୁସାର ଏଏସଆଇ ପାଖରେ ଏଭଳି କଳାକୃତିକୁ ସ୍ୱଦେଶ ଫେରାଇ ଆଣିବାକୁ ଏଭଳି କୌଣସି ଆଇନ୍ ନାହିଁ । ତେବେ ଏ ନେଇ ଉତ୍ତର ରଖିବାକୁ ଆୟୋଗ ତରଫରୁ କୁହାଯାଇଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/Sequence-1-01202919.jpg)
/kanak/media/post_attachments/wp-content/uploads/2018/08/kohinoor-diamond-300x189.jpg)
/kanak/media/post_attachments/wp-content/uploads/2018/08/24_04_2015-tipusultan24-300x225.jpg)