ଗୃହବନ୍ଦୀରେ ଅଛନ୍ତି କି ଶିଳ୍ପପତି ଜ୍ୟାକ ମା ? ଦୁଇ ମାସ ଧରି ନିଖୋଜ ହେବା ପରେ ବଢୁଛି ସନ୍ଦେହ । ରାଷ୍ଟ୍ରପତି ଜିନପିଙ୍ଗଙ୍କ ଆକ୍ରୋଶର ଶିକାର ହୋଇଥିବା ଚର୍ଚ୍ଚା ।

398

କନକ ବ୍ୟୁରୋ: ଦୁଇ ମାସରୁ ଅଧିକ ସମୟ ଧରି ନିଖୋଜ ଥିବା ବିିଶିଷ୍ଟ ଶିଳ୍ପପତି ଜ୍ୟାକ ମାଙ୍କୁ ନେଇ କୌଣସି ପତା ମିଳୁନାହିଁ । ତେବେ ଚୀନ ସରକାର ବିରୋଧୀ ବୟାନ ଦେବା ପରେ ଜ୍ୟାକ ମା ହଠାତ୍ ନିଖୋଜ ହୋଇଯାଇଛନ୍ତି । କଂପାନୀର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଛନ୍ତି ଜ୍ୟାକ୍ ମା । ଆଶଙ୍କା କରାଯାଉଛି ଯେ ଚୀନ୍ ସରକାର ତାଙ୍କୁ ନିଜ ହେପାଜତରେ ନେଇଛନ୍ତି । ଅର୍ଥାତ୍ ସେ କୌଣସି ସ୍ଥାନରେ ଗୃହବନ୍ଦୀ ଥାଇପାରନ୍ତି । ଯାହାର ଖବର କାହା ପାଖରେ ନାହିଁ ।

ତେବେ କେଉଁଠି ଅଛନ୍ତି ଆଲିବାବା ମାଲିକ ଜ୍ୟାକ୍ ମା? ଜ୍ୟାକ୍ ମାଙ୍କୁ ନେଇ ବଢୁଛି ସନ୍ଦେହ । ଗୃହବନ୍ଦୀ ହୋଇଥିବା ନେଇ ଚର୍ଚ୍ଚା । ଏସିଆ ମହାଦେଶର ନାମୀ କଂପାନୀ, ଆଲିବାବାର ମାଲିକ ଚୀନର ବିଶିଷ୍ଠ ଶିଳ୍ପପତୀ ଜ୍ୟାକ୍ ମା ନିଖୋଜ । ଆର୍ଥିକ କାରବାରରେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗର ବାର୍ତା ଦେଇ ଜ୍ୟାକ୍ ମା ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ବିଶିଷ୍ଟ ଶିଳ୍ପପତି ହଠାତ୍ ନିଖୋଜ ହୋଇଯାଇଛନ୍ତି । କଂପାନୀର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଛନ୍ତି ଜ୍ୟାକ୍ ମା । ୨ ମାସ ହେଲା ତାଙ୍କର କୌଣସି ପତା ମିଳୁନି । ଆଶଙ୍କା କରାଯାଉଛି ଯେ ଚୀନ୍ ସରକାର ତାଙ୍କୁ ନିଜ ହେପାଜତରେ ନେଇଛନ୍ତି । ଅର୍ଥାତ୍ ସେ କୌଣସି ସ୍ଥାନରେ ଗୃହବନ୍ଦୀ ଥାଇପାରନ୍ତି । ଯାହାର ଖବର କାହା ପାଖରେ ନାହିଁ ।

ଚୀନରେ ବିଶିଷ୍ଟ ବ୍ୟବସାୟୀ ନିଖୋଜ ହେବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଶିଳ୍ପପତି ମାନେ ଏମିତି ଗାୟବ ହୋଇଛନ୍ତି । ଯେ ପର୍ଯ୍ୟନ୍ତ, ଚୀନ ସରକାରଙ୍କ ଶୁଭ ଦୃଷ୍ଟି ପଡିଥିବା ସେ ପର୍ଯ୍ୟନ୍ତ ଏମାନେ ନିରାପଦ ଥିବେ । ଯେତେବେଳେ ଯେ କେହି ଚୀନ ସରକାରଙ୍କ ବିରୋଧରେ ମୁହଁ ଖୋଲିବେ ତା ପରେ ତାଙ୍କ ସହ କିଛି ନା କିଛି ଏମିତି ଘଟଣା ଘଟିଯାଏ ।

ଗତ ଅକ୍ଟୋବର ମାସରେ ଏମିତି କିଛି ଘଟିଥିଲା ଜ୍ୟାକ ମାଙ୍କ ସହ । ସରକାର ବିରୋଧରେ ଭାଷଣ ଦେବା ପରେ ଆଉ ତାଙ୍କର ପତା ମିଳୁନାହିଁ । ବ୍ୟାଙ୍କି ବ୍ୟବସ୍ଥାକୁ ନେଇ କହୁଥିବା ବେଳେ ଜ୍ୟାକ ମା କହିଥିଲେ ଯେ ଟେକ୍ନୋଲୋଜି ନହେଲେ ବ୍ୟବସ୍ଥା ଆଗକୁ ଯିବ ନାହିଁ । ଏପରିକି ଚୀନର ବ୍ୟାଙ୍କିଂ ବ୍ୟବସ୍ଥାକୁ ସେ ବୈଜେଷ୍ଠଙ୍କ କ୍ଲବ ବୋଲି କହିଥିଲେ ।

ଚୀନର ବ୍ୟାଙ୍କିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ ଆଲିବାବା ମାଲିକ ଜ୍ୟାକ ମା । ଏବଂ ଦୁଇ ମାସ ହେଲା କୌଣସି ସାର୍ବଜନୀନ ସ୍ଥାନରେ ତାଙ୍କୁ ଦେଖିବାକୁ ମିଳିନାହିଁ । ଯାହାପରେ ସେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆକ୍ରୋଶର ଶିକାର ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ନାପସନ୍ଦ କରୁଥିବା ଜ୍ୟାକ୍ ମା ବିଶ୍ୱର ସବୁଠାରୁ ବଡ଼ ଆଇପିଏ ଆରମ୍ଭ କରିବାକୁ ଯାଉଥିଲେ । କିନ୍ତୁ ଚାଇନା ସରକାର ଏଥିରେ ବାଧା ଦେଇଥିଲେ । ଆଂଟ ଗ୍ରୁପର ଆଇପିଓ ସାରା ପୃଥିବୀକୁ ଏକ ନୂଆ ସମ୍ଭାବନା ହୋଇ ଆସୁଥିଲା । ଜ୍ୟାକ୍ ମାଙ୍କ ବିରୋଧରେ ଏକଚାଟିଆ ବ୍ୟବସାୟ ବିରୋଧୀ ଆଇନ୍ ବଳରେ ସରକାର ଜ୍ୟାକ୍ ମାଙ୍କୁ ବାଧା ଦେଇଥିଲେ ।