କୁଆ‌ଡ଼େ ଗଲା ଡ୍ରୋନ୍ କ୍ୟାମେରା? ରବୀନ୍ଦ୍ର ମଣ୍ଡପ-କ୍ୟାପିଟାଲ ହସ୍ପିଟାଲ ରାସ୍ତାରେ ବେଧଡ଼କ ହେଉଛି ଓଭରଟେକିଂ

Advertisment
କୁଆ‌ଡ଼େ ଗଲା ଡ୍ରୋନ୍ କ୍ୟାମେରା? ରବୀନ୍ଦ୍ର ମଣ୍ଡପ-କ୍ୟାପିଟାଲ ହସ୍ପିଟାଲ ରାସ୍ତାରେ ବେଧଡ଼କ ହେଉଛି ଓଭରଟେକିଂ

କନକ ବ୍ୟୁରୋ: ‘ବେପରୁଆ ଗାଡ଼ି ଚାଳକଙ୍କ ପାଇଁ ସତର୍କ ଘଣ୍ଟି! ଏଥର ସେମାନଙ୍କ ଉପରେ ନଜର ରଖିବା ପାଇଁ ରାଜଧାନୀରେ ବୁଲିବ ଡ୍ରୋନ କ୍ୟାମେରା। ରବୀନ୍ଦ୍ର ମଣ୍ଡପ ଛକରୁ ସୁର୍ କମ୍ପାନି ଛକ ପର୍ଯ୍ୟନ୍ତ ରାସ୍ତାକୁ ‘ନୋ ଓଭରଟେକିଂ’ ଜୋନ୍ ଘୋଷଣା କରାଗଲା। ଯିଏ ନିୟମ ଭାଙ୍ଗିବ ସେମାନଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଦାୟ କରାଯିବ ମୋଟା ଅଙ୍କର ଜରିମାନା’। ଗତ ଅଗଷ୍ଟ ମାସରେ କମିସନରେଟ ପୁଲିସ ପକ୍ଷରୁ ଏଭଳି ନିୟମ ଘୋଷଣା କରାଯାଇଥିଲା। ପରୀକ୍ଷାମୂଳକ ଭାବେ ଟ୍ରାଫିକ ପୁଲିସ ପକ୍ଷରୁ ଡ୍ରୋନ ଉଡ଼ାଣ ମଧ୍ୟ କରାଯାଇଥିଲା। କିନ୍ତୁ ସେହି ଗୋଟିଏ, ଦୁଇ ଦିନ ପରେ ଆଉ କେବେ ଡ୍ରୋନ କ୍ୟାମେରା ସେହି ରାସ୍ତାରେ ଉଡୁଥିବା କେହି ଦେଖିବାକୁ ପାଉ ନାହାନ୍ତି। ଫଳରେ ଏବେ ରବୀନ୍ଦ୍ର ମଣ୍ଡପ ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ମଧ୍ୟରେ ବେଧଡ଼କ ଓଭରଟେକିଂ ହେଉଛି।

publive-image

ରବୀନ୍ଦ୍ର ମଣ୍ଡପ ଛକରୁ ସୁର୍ କମ୍ପାନି ଛକ ମଧ୍ୟରେ ବିଧାନସଭା, ଲୋକସେବା ଭବନ, ଏଜି, କ୍ୟାପିଟାଲ ହସ୍ପିଟାଲ ଭଳି ଅନେକ ପ୍ରମୁଖ କାର୍ଯ୍ୟାଳୟ ଓ ସରକାରୀ କ୍ବାର୍ଟର୍ସ ରହିଛି। ଏହି ସବୁ ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ। ନବୀନ ନିବାସ ଓ ରାଜଭବନକୁ ଏହି ସବୁ ରାସ୍ତାରୁ ସଂଯୋଗ ରହିଛି। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି। ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗକୁ ଗାଡ଼ି ମୋଟର ଆସି ଯାଇଥାଏ। ସେହିପରି ଅନେକ ନିଜ ଦାବି ପୂରଣ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ଚାଲି ଆସି ପ୍ରତିବାଦ କରିଥାନ୍ତି। ଏତଦ୍ ବ୍ୟତୀତ ଏହି ରାସ୍ତାରେ କ୍ୟାପିଟାଲ ହସ୍ପିଟାଲରୁ ବିଭିନ୍ନ ହସ୍ପିଟାଲକୁ ଆମ୍ବୁଲାନ୍ସ ଓ ବିଭିନ୍ନ ଆଡ଼ୁ ଆମ୍ବୁଲାନ୍ସ ରୋଗୀ ନେଇ କ୍ୟାପିଟାଲ ହସ୍ପିଟାଲ ଆସିଥାନ୍ତି।

publive-image

ଏ ସବୁ ଦୃଷ୍ଟିରୁ ସେହି ରାସ୍ତାର ଅନେକ ଗୁରୁତ୍ବ ରହିଛି। ଗୁଇନ୍ଦା ବିଭାଗ ମଧ୍ୟ ଏହି ରାସ୍ତାକୁ ସବୁବେଳେ ସୁରକ୍ଷିତ ରଖିବା ପାଇଁ କମିସନରେଟ ପୁଲିସକୁ ବହୁ ପୂର୍ବରୁ ଚିଠି ଲେଖିଥିଲା। ଏହାକୁ ଦୃଷ୍ଟିରେ ରଖି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏହି ରାସ୍ତାକୁ ‘ନୋ ଓଭରଟେକିଂ’ ଜୋନ୍ ଘୋଷଣା କରିଥିଲେ। ଯେଉଁମାନେ ଓଭରଟେକ୍ କରିବେ, ସେମାନଙ୍କ ଉପରେ ନଜର ରଖିବାକୁ ଡ୍ରୋନ କ୍ୟାମେରା ସହଯୋଗ ନିଆଯିବ ବୋଲି କୁହାଯାଇଥିଲା। ଏଥିପାଇଁ ଟ୍ରାଫିକର ଜଣେ ଅଫିସରଙ୍କୁ ତାଲିମ ଦିଆଯାଇଥିଲା। କିନ୍ତୁ ଗୋଟିଏ ଦିନ ଏହି ଡ୍ରୋନ କ୍ୟାମେରାକୁ ଉଡ଼ାଯିବା ପରେ ଏବେ ଏହି ବ୍ୟବସ୍ଥା ବନ୍ଦ ହୋଇ ଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଟ୍ରାଫିକ ଏସିପି କିଶୋର ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି, ଆମେ ଡ୍ରୋନ କ୍ୟାମେରା ମାଧ୍ୟମରେ ରାଜଧାନୀର ଅନ୍ୟ ଛକଗୁଡ଼ିକରେ ଚେକିଂ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe