କି ଯୁଗ ହେଲାରେ !! କନ୍ୟା ଲାଗି ଚା’ ଆଣିବା ଲାଗି ଯାଇଥିଲେ ବର, ଆସିବା ବେଳକୁ ଗାଡିରୁ ଚମ୍ପଟ ମାରିଥିଲା କନ୍ୟା

କି ଯୁଗ ହେଲାରେ !! କନ୍ୟା ଲାଗି ଚା’ ଆଣିବା ଲାଗି ଯାଇଥିଲେ ବର, ଆସିବା ବେଳକୁ ଗାଡିରୁ ଚମ୍ପଟ ମାରିଥିଲା କନ୍ୟା

source : google

କନକ ବ୍ୟୁରୋ : ବରଗଡ଼-ସମ୍ବଲପୁର ଜାତୀୟ ରାଜପଥ କଡ଼ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କନ୍ୟା ପାଇଁ ଚା’ ଆଣିବାକୁ ଯାଇ ଫେରିଲା ବେଳକୁ କନ୍ୟା କାର୍ରୁ ଚମ୍ପଟ ମାରିଛି। ଏଣେ ବର ଲଜ୍ଜା, ନିରାଶ ଓ କ୍ରୋଧରେ ଫେରିଗଲେ। ଘଟଣାକୁ ନେଇ ରେଂଗାଲିକେମ୍ପ ସମେତ ଆଖପାଖ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ଗୁରୁବାର ସୁଦଶା ବ୍ରତ ଥିବାରୁ ବଡ଼ି ଭୋରରୁ ବିବାହ ସାରି ବର-କନ୍ୟା କାର୍ରେ ଗୋଡ଼ଭଗା ପଟକୁ ବାହାରିଥିଲେ।

ରେଂଗାଲିକେମ୍ପରେ ପନିବାରିବା ବଜାର ବସୁଥିବାରୁ ସକାଳୁ ଜନଗହଳି ଥିଲା। ଭୋର ସାଢ଼େ ୩ଟାରେ ଚା’ ପିଇବା ପାଇଁ କାର୍ଟି ରେଂଗାଲିକେମ୍ପରେ ଅଟକିଥିଲା। ବର ସାଂଗରେ ଡ୍ରାଇଭର ଚା’ ପିଇବା ପାଇଁ ଓହ୍ଲାଇଥିଲେ। କନ୍ୟା ପାଇଁ ଚା’ ଆଣିଲେ। ଚା’ ଥଣ୍ଡା ହୋଇଯାଇଥିବା କହି ଗରମ ଚା’ ଆଣିବାକୁ କନ୍ୟା ଜଣକ କହିଥିଲେ। ବର ପୁଣି ଗରମ ଚା’ ଆଣିବାକୁ ଯାଇଥିଲେ। ଫେରି ଦେଖିଲା ବେଳକୁ ପଛ ସିଟରେ କନ୍ୟା ନାହିଁ। ହତାଶ ବର ଖୋଜାଖୋଜି କଲେ। ହେଲେ କନ୍ୟାର ଆଉ ପତ୍ତା ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe