କନକ ବ୍ୟୁରୋ: କେଉଁଠି ଅଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘାନି । ଗୋଟିଏ ପଟେ ଆଫଗାନିସ୍ତାନରେ ତାଲିବାନ ସମ୍ପୂର୍ଣ୍ଣ କବ୍ଚା କରି ସାରିଛି । ଲୋକଙ୍କ ଭିତରେ ଭୟାବହତା ଖେଳି ଯାଇଛି । ଲୋକେ ଦେଶ ଛାଡିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଏହାରି ଭିତରେ ଦେଶ ଛାଡି ପଳାଇଥିବା ରାଷ୍ଟ୍ରପତି ଅସରଫ ଘାନି କେଉଁଠି ଅଛନ୍ତି ଏହା ଉପରେ ସଭିଁଙ୍କ ନଜର ।

Advertisment

ମିଳିଥିବା ସୂଚନା ଅନୁସାରେ ଘାନି ଏବେ ଓମାନରେ ଅଛନ୍ତି । ଦେଶ ଛାଡିବା ପରେ ପ୍ରଥମେ ତାଜକିସ୍ତାନ ଯାଇଥିଲେ ଘାନି । ହେଲେ ସେଠାରେ ଘାନିଙ୍କ ବିମାନକୁ ଅବତରଣ କରିବାକୁ ଅନୁମତି ଦେଇନଥିଲେ ତାଜକିସ୍ତାନ ସରକାର । ଏହାପରେ ସେ ଓମାନ ପଳାଇଛନ୍ତି । ତେବେ ଘାନି ଆମେରିକା ପଳେଇ ଯାଇପାରନ୍ତି ବୋଲି ସମ୍ଭାବନା ରହିଛି ।