ଅର୍ଚ୍ଚନା ନାଗ ମାମଲାରେ ଇଡିର ଛାନଭିନ: କୁଆଡେ ଗଲେ ସହଯୋଗୀ ଶ୍ରଦ୍ଧାଂଜଳି, ଖୋଜୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ

150

କନକ ବ୍ୟୁରୋ: ଶ୍ରଦ୍ଧାଞ୍ଜଳିଙ୍କୁ ଖୋଜୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡିର ତଦନ୍ତକାରୀ ଟିମ୍ ଟାର୍ଗେଟରେ ଶ୍ରଦ୍ଧାଞ୍ଜଳି ବେହେରା । ଇଡିର କହିବା ଅନୁସାରେ ଶ୍ରଦ୍ଧାଞ୍ଜଳି ହିଁ କହିପାରିବେ ଅର୍ଚ୍ଚନା ନାଗ ଫାଶର ଅସଲ କଥା । ତେବେ ଇଡି ପାଇଁ ଏବେ ଜରୁରୀ ହୋଇପଡ଼ିଛି ଶ୍ରଦ୍ଧାଞ୍ଜଳିଙ୍କ ପାଖରେ ପହଂଚିବା । କିନ୍ତୁ ଏଯାବତ ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ଖୋଜିକି ବି ପାଇନାହିଁ । ଶ୍ରଦ୍ଧାଞ୍ଜଳିଙ୍କ ବୟାନ ଇଡି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଶ୍ରଦ୍ଧାଞ୍ଜଳି ଏବେ ଇଡି ନଜରରେ ଫେରାର । ନୟାପଲ୍ଲୀ ଥାନାରେ ଫିଲ୍ମ ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କ ଅଭିଯୋଗ ଏବଂ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି କରିଥିବା ଅଭିଯୋଗକୁ ଆଧାର କରି ଇଡି ତଦନ୍ତ ଆରମ୍ଭ କରିଥିଲା । ଏହି ପୂରା ଘଟଣାରେ ଇଡି ପାଇଁ ୪ଜଣ ଅଭିଯୁକ୍ତ ହୋଇଛନ୍ତି । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଏହି ତିନି ଜଣ ଜେଲରେ ଥିବା ବେଳେ ଶ୍ରଦ୍ଧାଞ୍ଜଳିଙ୍କ ପତା ବର୍ତମାନ ସୁଦ୍ଧା ମିଳିପାରିନାହିଁ ।

ଶ୍ରଦ୍ଧାଞ୍ଜଳିଙ୍କୁ ଖୋଜୁଛି ଇଡି
କେଉଁଠି ଅଛନ୍ତି ଶ୍ରଦ୍ଧାଞ୍ଜଳି?
ଆରଟିଓ ଦେଲା ଅର୍ଚ୍ଚନାଙ୍କ ଗାଡ଼ିର ତଥ୍ୟ
୪ଟି ନାମୀ ଗାଡ଼ି ଚଳାଉଥିବା ସୂଚନା
ଏଣ୍ଡୋଭର, କ୍ରେଟା, ମହିନ୍ଦ୍ରା ଥର ଓ ହୋଣ୍ଡା ମୋଟର ସାଇକେଲ
ଇଡି ତଥ୍ୟ ଅନୁସାରେ ଅର୍ଚ୍ଚନାଙ୍କ ନାଁରେ ରହିଛି ୪ ଗାଡ଼ି
ଏଣ୍ଡୋଭର, ଫର୍ଚୁନର, କ୍ରେଟା, ଥର
ଫର୍ଚୁନର ଓ କ୍ରେଟାକୁ ବିକ୍ରି କରାଯାଇଥିବା ସୂଚନା