କନକ ବ୍ୟୁରୋ: ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଅପରାଧିମାନେ ନୂଆ ନୂଆ ତରିକା ଆପଣାଇ ଲୁଟ କରୁଛନ୍ତି । ପ୍ରତିଦିନ କେଉଁଠି ନାଁ କେଉଁଠି ଲୁଟ ହେଉଥିବାର ଖବର ଆପଣ ଦେଖିବାକୁ ପାଉଥିବେ । କିନ୍ତୁ ଲୁଟ ପରେ ସୁନା, ରୂପା, ହୀରାର ମୂଲ୍ୟବାନ ଅଳଙ୍କାର କୁଆଡେ ଯାଏ ତାହା ବହୁତ କମ ଲୋକ ଜାଣନ୍ତି । ଲୁଟେରାମାନେ ସେମାନଙ୍କୁ ଅଳଙ୍କାର ବିକନ୍ତି ଯେଉଁମାନଙ୍କ ଉପରେ ସେମାନଙ୍କର ପୁରା ବଶ୍ୱାସ ଥାଏ । ବିଶେଷ କରି ଛୋଟ ଛୋଟ ସୁନା ଅଳଙ୍କାର ତିଆରି ଏବଂ ମରାମତି କରୁଥିବା ଦୋକନୀମାନେ ଚୋରି ଅଳଙ୍କାର କିଣିଥାନ୍ତି । ସୁନା ବିକିବା ପାଇଁ ସ୍ୱତନ୍ତ୍ର ଜାଲ ବିଛାଇଥାନ୍ତି ଅଭିଯୁକ୍ତ । ପାଖାପାଖି ୪୦ ପ୍ରତିଶତରୁ କମ ଦାମରେ ଲୁଟେରାମାନେ ସେମାନେ ଲୁଟ କରିଥିବା ଅଳଙ୍କାର ସୁନା ଦୋକାନୀକୁ ବିକିଦେଇଥାନ୍ତି । ସେହି କାରବାରରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କ ସହ କଥା ହୋଇଛନ୍ତି କନକ ନ୍ୟୁଜ୍ ପ୍ରତିନିଧି ସୌଭାଗ୍ୟ ପରିଡା ।
ଲୁଟ ପରେ ସୁନା, ରୂପା, ହୀରା ଅଳଙ୍କାର ଯାଏ କୁଆଡେ? କଳା କାରବାରର କାହାଣୀ କହିଲେ ସମ୍ପୃକ୍ତ ଥିବା ବ୍ୟକ୍ତି
/kanak/media/post_attachments/wp-content/uploads/2022/05/2-41.jpg)