କନକ ବ୍ୟୁରୋ: ବଜାରରୁ ଫେରୁଛି ୨୦୦୦ ହଜାର ଟଙ୍କିଆ ନୋଟ୍ । ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ନେଇ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେବା ପରେ ଲୋକଙ୍କ ଭିତରେ ଅନେକ ଦ୍ୱନ୍ଦ ଦେଖାଦେଇଛି, କେମିତି ବଦଳାଇବେ ଟଙ୍କା , କେତେ ଟଙ୍କା ବଦଳାଇ ହେବ ଏନେଇ ଉଦବେଗ ପ୍ରକାଶ ପାଇଛି । ତେବେ ଆମେ କହୁଥିବା ଟଙ୍କା ଏବଂ ଆପଣ ବ୍ୟବହାର କରୁଥିବା ଏହି ଟଙ୍କାର ଯେଉଁ ସାଙ୍କେତିକ ଚିହ୍ନ ରହିଛି ତାହା କେଉଁଠୁ ଓ କିପରି ଆସିଛି ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହି ସାଙ୍କେତିକ ଚିହ୍ନ ପଛରେ ଥିବା ଇତିହାସ ସମ୍ପର୍କରେ ..

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରତ୍ୟେକ ଦେଶରେ ନିଜସ୍ୱ ମୁଦ୍ରା ରହିଛି । ଏବଂ ଏହାର ବିଭିନ୍ନ ସାଙ୍କେତିକ ଚିହ୍ନ ମଧ୍ୟ ରହିଛି । ବିଭିନ୍ନ ଦେଶରେ ବ୍ୟବହୃତ ହେଉଥିବା ମୁଦ୍ରାର ବିଭିନ୍ନ ନାମ ମଧ୍ୟ ରହିଛି । ଆମ ଦେଶ ଭାରତରେ ବ୍ୟବହୃତ ହେଉଥିବା ଏହି ମୁଦ୍ରା ହେଉଛି ଟଙ୍କା । ଆମେ ଏହାକୁ ଟଙ୍କା ଶବ୍ଦରେ ଉକ୍ଟ୍ରାରଣ କରିଥାଉ । ଆପନ ମାନେ ନିଶ୍ଚୟ ଏହାର ସାଙ୍କେତିକ ରୂପ ଦେଖିଥିବେ , ହେଲେ କେବେ ଭାବିଛନ୍ତି କି ଏହି ଟଙ୍କାର ପ୍ରତୀକକୁ କିଏ ଡିଜାଇନ୍ କରିଛନ୍ତି? ଆଉ କେବେଠାରୁ ଏହି ସାଙ୍କେତିକ ଚିହ୍ନ ପ୍ରଚଳିତ ହୋଇଆସୁଅଛି ।
ଆମ ଦେଶରେ ବ୍ୟବହୃତ ହେଉଥିବା ସମସ୍ତ ମୁଦ୍ରା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ଏବଂ ନିୟନ୍ତ୍ରିତ । ତେବେ ଆମେ ବ୍ୟବହାର କରୁଥିବା ଇଂରାଜୀ ଶବ୍ଦ ରୁପିଜ୍ ଏବଂ ଏହାର ସାଙ୍କେତିକ ଚିହ୍ନ ଦେବନାଗ୍ରି ‘ରା’ ଓ ରୋମାନ୍ ‘ଆର୍’ର ମିଶ୍ରଣରେ ନିର୍ମିତ । ତେବେ ଏହି ପ୍ରତୀକ ବାଛିବା ପାଇଁ ସରକାର ଏକ ଖୋଲା ପ୍ରତିଯୋଗିତା କରିଥିଲେ, ଯେଉଁଥିରେ ଦେଶର ବିଭିନ୍ନ ସ୍ଥନରୁ ହଜାର ହଜାର ଡିଜାଇନର ନିଜ ଡିଜାଇନ୍ ସହ ଅଂଶ ଗ୍ରହଣ କରିଥିଲେ । ୨୦୧୦ ମସିହାରେ,ଆନୁଷ୍ଠାନିକ ଭାବରେ ଭାରତୀୟ ମୁଦ୍ରାର ଡିଜାଇନ୍ ଘୋଷଣା କରାଯାଇଥିଲା । ପ୍ରତିଯୋଗିତାରେ ଦାଖଲ ହୋଇଥିବା ହଜାର ହଜାର ଡିଜାଇନ୍ ମଧ୍ୟରୁ ବମ୍ବେ ଆଇଆଇଟି ସ୍ନାତକୋତ୍ତର ଛାତ୍ର ଉଦୟ କୁମାରଙ୍କ ଡିଜାଇନ୍ କୁ ମୁଦ୍ରାର ନୂଆ ସାଙ୍କେତିକ ପ୍ରତୀକ ଭାବେ କ୍ୟାବିନେଟ୍ ପକ୍ଷରୁ ଅନୁମୋଦନ ମିଳିଥିଲା ।
ଉଦୟଙ୍କ ନିର୍ମିତ ଏହି ସାଙ୍କେତିକ ପ୍ରତୀକ ଦେବନାଗ୍ରି‘ରା’ ଓ ରୋମାନ୍ ‘ଆର୍’ର ମିଶ୍ରଣ ।ଏହି ସାଙ୍କେତିକ ଚିହ୍ନକୁ ଅନୁମୋଦନ ମିଳିବା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨.୫ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଦୁଇଟି ଭାଷାର ଅକ୍ଷରର ମିଶ୍ରଣରେ ହିନ୍ଦୀରେ ରୂପିଆ ଏବଂ ଇଂରାଜୀରେ ରୁପୀ ଶବ୍ଦର ଉତ୍ପନ୍ନ ହୋଇଛି । ଯଦି ଆପଣ ଏହି ସଙ୍କେତକୁ ଭଲ କରି ଦେଖିବେ ତେବେ ଆପଣ ନିଶ୍ଚୟ ଦେଖିବେ ଏହି ଚିହ୍ନରେ ରହିଛି ଦୁଇଟି ଭୂସମାନ୍ତର ରେଖା । ଯାହା ମଧ୍ୟରେ ଟିକିଏ ସ୍ଥାନ ରହିଛି । ତେବେ ତ୍ରିକୋଣରେ ପୃଷ୍ଠଭୂମି ସୃଷ୍ଟିକରିବା ପାଇଁ ଏହା କରାଯାଇଛି ଯାହାକି ଭାରତର ଜାତୀୟ ପତାକା ଅଟେ । କୁହାଯାଉଛି କି ଏହି ଚିହ୍ନର ନିର୍ମାତା ଉଦୟ ଅନ୍ୟ ମୁଦ୍ରା ସଙ୍କେତଗୁଡିକୁ ଧ୍ୟାନରେ ରଖି ଏହି ପ୍ରତୀକକୁ ଡିଜାଇନ୍ କରିଥିଲେ । ତେବେ ୨୦୧୦ ମସିହାରେ ହୋଇଥିବା ଏହି ପ୍ରତିଯୋଗିତାରେ ଉଦୟଙ୍କ ସାଙ୍କେତିକ ଡିଜାଇନ୍ ଅନିମୋଦିତ ହେବା ପରେ , ଏହାର ଏକ ବର୍ଷ ଅର୍ଥାତ୍ ୨୦୧୧ରେ ଏହି ନୂତନ ପ୍ରତୀକ ସହ ମୁଦ୍ରା ପ୍ରଚଳନ ଆରମ୍ଭ ହୋଇଥିଲା ।