କନକ ବ୍ୟୁରୋ: ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ନିଖୋଜ ଘଟଣା ଏବେବି ରହସ୍ୟ ଘେରରେ । ଘଟଣାକୁ ୪୮ ଘଂଟାରୁ ଅଧିକ ସମୟ ବିତି ଯାଇଥିଲେ ବି ଏଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ପୁଅ ସଙ୍ଗୀତ ପାଢ଼ୀଙ୍କ ଅଭିଯୋଗକୁ ଭିତି କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ ଗୁରୁବାର ସକାଳେ ସରୋଜ ୟୁନିଟ୍ ସ୍ଥିତ ରାଧାକ୍ରିଷ୍ଣ ଏନକ୍ଲେଭ ଘରୁ ବହାରକୁ ଯାଇଥିଲେ । କିନ୍ତୁ ଘରକୁ ଆଉ ଫେରିନଥିଲେ ।ପରିବାର ଲୋକ ତାଙ୍କୁ ଫୋନ କରିଥିଲେ ହେଲେ ଫୋନ ବନ୍ଦ ଥିଲା । ଘରୁ ତାଙ୍କ ମୋବାଇଲ, ମୁଦି ଓ ଚେନ୍ ମଧ୍ୟ ମିଳିଛି । ପରେ ସମ୍ପର୍କୀୟ, ସାଙ୍ଗସାଥୀଙ୍କୁ ପଚରାଉଚରା କରିଥିଲେ ପରିବାର । ଖୋଜାଖୋଜି କରି ସବୁଆଡ଼ୁ ନିରାଶ ହେବା ପରେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । କ୍ୟାପିଟାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ସିସିଟିଭି ଫୁଟେଜ ଯାଂଚ କରିଥିଲେ । ସେଥିରେ ସରୋଜ ପାଢ଼ୀ ଘରୁ ବାହାରକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅନୁସନ୍ଧାନ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/63.jpg)