କନକ ବ୍ୟୁରୋ: ଚନ୍ଦକା ଡମପଡା ଅଭୟାରଣ୍ୟରେ ନିଖୋଜ ଥିବା ନନ୍ଦ ବେହେରାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଗତ ୨୮ ତାରିଖରୁ ଘରକୁ ଫେରି ନଥିବା ପରିବାର ଲୋକ ଅଭିଯୋଗ କରିଥିବା ବେଳେ ସେପଟେ ଅଭୟାରଣ୍ୟ ଭିତରେ ଅଜଗର ଗିଳିଦେଇଥିବା ନେଇ ଚର୍ଚ୍ଚା ବି ଜୋର ଧରିଛି । ତେବେ ନନ୍ଦ ବେହେରା ଗଲେ କୁଆଡେ ତାକୁ ନେଇ ଅନେକ ସନ୍ଦେହ ଉପୁଜିଥିବା ବେଳେ ନିଖୋଜ ପଛର ସତ ଜାଣିବା ପାଇଁ ଆମେ ପହଁଚିଥିଲୁ ଅଭୟାରଣ୍ୟର ଗ୍ରାଉଣ୍ଡଜିରୋରେ । ନନ୍ଦ ବେହେରାଙ୍କ ନିଖୋଜ ଦିନ କଣ ସବୁ ଘଟିଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ସବୁଦିନ ଭଳି ସେଦିନ ମଧ୍ୟ କିଛି ଲୁଗା ଓ ଛୋଟ ପିଲାଙ୍କ ଡ୍ରେସ ଧରି ବିକିବା ପାଇଁ ଘରୁ ବାହାରି ଆସିଥିଲେ ନନ୍ଦ ବେହେରା । ଦୀର୍ଘ ୪୦ ବର୍ଷଧରି ଅଭୟାରଣ୍ୟର ଏହି ବାସିନ୍ଦାଙ୍କ ସହ ତାଙ୍କର ଅତି ନିବିଡ ସମ୍ପର୍କ ରହିଥିଲା । କିନ୍ତୁ ସେହି ରବିବାର ଦିନ ତାଙ୍କ ସହ କଣ ଘଟିବ କିଏ ବା ଜାଣିଥିଲା । ବେପାର ସାରି ଠିକ୍ ୪ଟା ବେଳେ ଅଭୟାରଣ୍ୟର ଏହି ଢୋଲକାଠ ଗାଁ ଭିତରୁ ବାହାରି ଯାଇଥିଲେ ନନ୍ଦ ବେହେରା । କିନ୍ତୁ ତା ପରଠାରୁ ସେ ନିଖୋଜ ହୋଇଯାଇଛନ୍ତି ।
ନନ୍ଦ ବେହେରା ନିଖୋଜ ହୋଇଥିଲେ ବି ନିଖୋଜର ପର ଦିନ ଏହି ଘଂଚ ଜଙ୍ଗଲର ଏହି ରାସ୍ତାରେ ତାଙ୍କ ଗାଡି ପଡିଥିଲା । ଏହି ଗାଁରୁ ବାହାରିବା ପରେ ଆମ ପ୍ରତିନିଧି ସେହି ଘଟଣାସ୍ଥଳରେ ପହଂଚିଥିଲେ ଯେଉଁଠି ପୋଲିସ ତାଙ୍କର ଗାଡି.ଚପଲ ଓ ଲୁଗା ମୁଣିକୁ ଜବତ କରିଥିଲା । ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖିଲେ ତାଙ୍କର ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଥିବା କହିଛନ୍ତି ବନ କର୍ମଚାରୀ । ନିଖୋଜ ଦିନ ନନ୍ଦ ବେହେରା ଘଟଣା ଘଟିବା ଚୋରା ବାଟ ଦେଇ ଅଭ୍ୟରଣ୍ୟ ଭିତରକୁ ଯାଇଥିବା ଆଶଙ୍କା କରାଯାଉଛି ।
ନିଖୋଜ ନନ୍ଦ ବେହେରାଙ୍କୁ ଖୋଜିବାବେଳେ ପାଖାପାଖି ଅଂଚଳରେ ଗୋଟିଏ ଅଜଗର ସାପ କିଛି ଗୋଟେ ବଡ ଆକାରର ଗିଳିଦେଇଥିବା ଦେଖିବାକୁ ପାଇଥିଲେ ଗାଁ ଲୋକ । ଅଜଗର ନନ୍ଦ ବେହେରାଙ୍କୁ ଗିଳିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି କିନ୍ତୁ ଭାରତରେ ଏଭଳି କୌଣସି ଘଟଣା ଘଟିଥିବାର ପ୍ରମାଣ ନାହିଁ । ଇଣ୍ଡୋନେସିଆ ଭଳି ଅନେକ ଦେଶରେ ମଣିଷକୁ ଅନ୍ୟ ଏକ ପ୍ରଜାତିର ଅଜଗର ସାପ ଗିଳିଦେଇଥିବା ପ୍ରମାଣ ରହିଛି । କିନ୍ତୁ ଓଡିଶାରେ ଦେଖାଯାଉଥିବା ଅଜଗର ପ୍ରଜାତି ରକ ପାଇଥନ ଓ ବର୍ମିଜ୍ ପାଇଥନ ମଣିଷ ଗିଳିବା ନେଇ କୌଣସି ପ୍ରମାଣ ନାହିଁ । ବିଶେଷଜ୍ଞଙ୍କ ମତରେ ଏହି ଅଜଗର ମଣିଷକୁ ଗିଳିପାରିବ ନାହିଁ । ନନ୍ଦ ବେହେରା ନିଖୋଜ ହେବା ନେଇ ପରିବାର ଲୋକ ବାଙ୍କି ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି
-କାହିଁକି ପୁଲିସ ଏ ଯାଏଁ ଚୁପ ବସିଛି?
-ବନ ବିଭାଗ ମଧ୍ୟ ସଂରକ୍ଷିତ ଜଙ୍ଗଲ ଭିତରେ ଘଟଣା ଘଟିଥିବାରୁ ପଦକ୍ଷେପ ନେଉନାହିଁ କାହିଁକି?
-ଆଖପାଖ ପୁଲିସକୁ ଖବର ଦେଇ ଚୁପ୍ ବସିଛି କାହିଁକି ପୁଲିସ ଚୁପ ବସିଛି କାହିଁକି?