କୁଆଡେ ଗଲା ମମିତା ମେହେରଙ୍କ ମୋବାଇଲ ? ହତ୍ୟାର ସୁରାଗ ମିଳିଥିଲେ ବି ଏପର୍ଯ୍ୟନ୍ତ ହୋଇପାରିନି ଠାବ

ଘଟଣା ପୂର୍ବରୁ କଥାବାର୍ତା ଓ ବରିଷ୍ଠ ପ୍ରମାଣ ଥିବା ନେଇ ଚର୍ଚ୍ଚା; ବଡ଼ ପ୍ରଶ୍ନ ମୋବାଇଲରେ ରହିଛି କି ଆଉ କିଛି ପ୍ରମାଣ?

150

କନକ ବ୍ୟୁରୋ : ସାରା ରାଜ୍ୟରେ ମମିତା ହତ୍ୟା ମାମଲା ଚର୍ଚ୍ଚା ସୃଷ୍ଟି କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷ ଗୋବିନ୍ଦ ସାହୁ ଗିରଫ ହୋଇସାରିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ମମିତାଙ୍କ ମୋବାଇଲ କେଉଁଠି । ମମିତାଙ୍କୁ, ଗୋବିନ୍ଦ ସାହୁ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଥିଲେ ବି ମମିତାଙ୍କ ମୋବାଇଲ ନେଇ ଏ ଯାଏଁ ଚୁପ ରହିଛି । ମମିତାଙ୍କ ମୋବାଇଲରେ ବଡ ପ୍ରମାଣ ରହିଛି ବୋଲି ଚର୍ଚ୍ଚା ହୋଇଛି । ମୋବାଇଲରୁ ଅନେକ ତଥ୍ୟ ମିଳିବ ବୋଲି କୁହାଯାଇଛି ।

ଘଟଣା ପୂର୍ବରୁ କଣ ଘଟିଥିଲା, ମମିତା କାହା ସହ ଫୋନରେ କଥା ହୋଇଥିଲେ , ଗୋବିନ୍ଦ ସାହୁଙ୍କ କାରରେ ଯିବା ପୂର୍ବରୁ କଣ ହୋଇଥିଲା ମୋବାଇଲ ମିଳିଲେ ଜଣାପଡିବ ବୋଲି କୁହାଯାଉଛି । ମୋବାଇଲରେ ରହିଛି କି ବଡ ପ୍ରମାଣ । ମୋବାଇଲ ମିଳିଲେ କିଛି ଗୁମର ଖୋଲିବ ବୋଲି କୁହାଯାଇଛି । ମୋବାଇଲରେ କିଛି ଦୃଶ୍ୟ ଥିଲା କି ? ଏହାକୁ ନେଇ ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ତିକ୍ତତା ଓ ଗଣ୍ଡଗୋଳ ହୋଇଥିଲା କି । ମୋବାଇଲରେ କିଛି ତଥ୍ୟ ଦେଖିବା ପରେ ଗୋବିନ୍ଦ ସାହୁ ରାଗିଯାଇ ଚରମ ପଦ କ୍ଷେପ ନେଇଥିଲେ କି ?

ସେପଟେ, ମହାଲିଙ୍ଗ ସ୍କୁଲ ଓ କଲେଜରେ ଶହଶହ ଛାତ୍ରଛାତ୍ରୀ ପାଠପଢୁଥିଲେ । ଛାତ୍ରମାନଙ୍କ ପାଇଁ କଡ଼ାକଡ଼ି ନିୟମ ଥିଲା। କେହି ଛାତ୍ରୀଙ୍କ ସହ କଥା ହୋଇପାରିବେ ନାହିଁ । ଯିଏ କଥା ହେଲେ ଟିସି କାଟି ଦିଆଯାଉଥିଲା। ଫଳରେ ଛାତ୍ରୀମାନଙ୍କ ସହ କେହି ଛାତ୍ର କଥା ହେଉନଥିଲେ । ନିଜ ଭଉଣୀ ଅନ୍ୟ କ୍ଲାସ୍‌ରେ କାହାର ପାଠପଢୁଥିଲେ ବି ସେ କ୍ୟାମ୍ପସରେ ତା ସହ କଥା ହୋଇପାରୁନଥିଲା । ଏପଟେ ନିଜେ ମାଲିକ ଗୋବିନ୍ଦ ସାହୁ ଅଏସ୍‌ କରିବାର ନିଶାରେ ମସଗୁଲ ଥିଲେ । ଯାହାର ଖୁଲାସା ହେବା ପରେ କଲେଜରେ ପଢୁଥିବା ଛାତ୍ରମାନେ ଗଣମାଧ୍ୟମ ଆଗରେ ମୁହଁ ଖୋଲୁଛନ୍ତି । କାଳେ କେହି ଛାତ୍ରୀ କଣ ରହସ୍ୟ ଲିକ୍‌ କରିଦେବ ସେହି ଭୟରେ ସେ କଥା ହେବାକୁ ମନା କରୁଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।