ଅଯୋଧ୍ୟାକୁ ଛୁଟୁଛି ଉପହାରର ସୂଅ । ଜାଣନ୍ତୁ ପ୍ରଭୁ ଶ୍ରୀରାମଙ୍କ ପାଇଁ କେଉଁଠୁ ଆସିଛି କିଭଳି ଦାନ

1,340

କନକ ବ୍ୟୁରୋ : ବହୁ ପ୍ରତୀକ୍ଷା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ସ୍ଥାପନା ହୋଇଛି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମନ୍ଦିରର ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ, ଆରଏସଏସ ର ସରସଂଘଚାଳକ ମୋହନ ଭାଗବତ, ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୂପା ଛତା ଧରି ଗର୍ଭଗୃହରେ ପହଂଚିଥିଲେ ।

ସେପଟେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ସ୍ଥିର ହେବା ପରେ ଦେଶ ବିଦେଶରୁ ଅଯୋଧ୍ୟାକୁ ଉପହାର ଠାରୁ ଆରମ୍ଭ କରି ଦାନର ସୂଅ ଛୁଟୁଛି । ରାମ ମନ୍ଦିର ଟ୍ରଷ୍ଟର ମହାସଚିବ କହିଛନ୍ତି କି ମନ୍ଦିରକୁ କାସଗଞ୍ଜରୁ ଘଣ୍ଟା ଆସିଛି ତ ତଳେ ପଟିଥିବା ଚାଦର ରାୟବରେଲୀରୁ ଉପହାର ମିଳିଛି । ସେହିଭଳି ମନ୍ଦିର ନିର୍ମାଣରେ ଲାଗିଥିବା ଚିପସ୍ ମଧ୍ୟପ୍ରଦେଶର ଛତରପୁରରୁ ଆସିଛି, ପୂୁଣି ଗ୍ରାନାଇଟ ତେଲେଙ୍ଗାନାରୁ ଉପହାର ଆକାରରେ ମିଳିଛି । ମନ୍ଦିର ନିର୍ମାଣରେ ଲାଗିଥିବା ପଥର ରାଜସ୍ଥାନର ଭରତପୁରରୁ ଆସିଛି । ଅନ୍ୟପଟେ ମନ୍ଦିରରେ ଲାଗିଥିବା କବାଟ ପାଇଁ କାଠ ମହାରାଷ୍ଟ୍ରରୁ ଆସିଛି । ସେହିଭଳି କବାଟରେ ହୋଇଥିବା ସୁନା ଓ ହୀରାର କାମ ମୁମ୍ବାଇର ଜଣେ ବ୍ୟବସାୟୀ କରିଛନ୍ତି ।

ମନ୍ଦିର ନିକଟରେ ସ୍ଥାପନା ହୋଇଥିବା ଗରୁଡ ମୂର୍ତ୍ତୀ ରାଜସ୍ଥାନର କଳାକାର ନିର୍ମାଣ କରିଛନ୍ତି । ଅନ୍ୟ କାଠକାମ କନ୍ୟାକୁମାରୀର କଳାକାର ଓ ଭଗବାନଙ୍କ ବସ୍ତ୍ର ଦିଲ୍ଲୀର ମନୀଷ ତ୍ରିପାଠୀ ନାମକ ଜଣେ ଯୁବକ ପ୍ରସ୍ତୁତ କରିଛନ୍ତି । ଶ୍ରୀରାମଙ୍କ ଗହଣା ଲକ୍ଷ୍ନୌରୁ ନିର୍ମାଣ ହୋଇଛି । ଦେଶର ଏଭଳି କୌଣସି କୋଣ ନାହିଁ ଯେଉଁଠୁ ରାମଲଲାଙ୍କ ପାଇଁ ଉପହାର ନ ଆସିଛି ।