କେଉଁଠି ମିଳୁଛି ସବୁଜ ବାଣ? ସରକାର ଅନୁମତି ଦେଲେ, ହେଲେ ବଜାରରେ ନାହିଁ…

209

କନକ ବ୍ୟୁରୋ: ଏଥର ଦୀପାବଳୀରେ ସବୁଜ ବାଣକୁ ଅନୁମତି ଦେଇଛନ୍ତି ସରକାର । କିନ୍ତୁ ସ୍ଥିତି ଏମିତି ହୋଇଛି ଯେ, ଅନୁମତି ମିଳିଥିବା ବାଣକୁ ନା ବ୍ୟବସାୟୀ ଜାଣିଛନ୍ତି ନା ସାଧାରଣ ଲୋକେ । ସବୁଜ ବାଣ କେଉଁଠି କିଣିବେ ତାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି । ଅନ୍ୟପଟେ ପାରମ୍ପରିକ ବାଣ ଓ ରାସାୟନିକ ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା ଥିବାରୁ ପୁଲିସର ଧରପଗଡ ଚାଲିଛି । ତେଣୁ ଏଥର ଦୀପାବଳି ବଜାରରେ ବାଣର ପସରା ଦେଖିବାକୁ ମିଳୁନାହିଁ ।

ଦୀପାବଳିରେ ବାଣ ଫୁଟବ ନା ନାହିଁ ତାକୁ ନେଇ ସନ୍ଦେହ ଦେଖାଦେଲାଣି । କାଁ ଭା କେଉଁଠି ଗୋଟେ ଯୋଡେ ବାଣ ଦୋକାନ ଖୋଲିଛି । ସେଠାରେ ପୁରୁଣା ବାଣ ବିକ୍ରି ହେଉଛି । ସବୁଜ ବାଣ ପାଇଁ ଓଡିଶାର ବ୍ୟବସାୟୀ ତାମିଲନାଡୁର ଶିବକାଶୀ ଉପରେ ନିର୍ଭର କରିଥାନ୍ତି । ତେଣୁ ଏତେ କମ ସମୟ ମଧ୍ୟରେ ବ୍ୟବସାୟୀ କେମିତି ବାଣ ଆଣିବେ ସେ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡିଶା ବଜାରରେ ସବୁଜ ବାଣର ଅଭାବ ଥିବାବେଳେ ବ୍ୟବସାୟକୁ ଅନୁମତି ନ ଦେବା ଚୋରା ବେପାର ଆଶଙ୍କାକୁ ବଢାଇଦେଇଛି ।