କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ । ଏହା ସହ ଏହି ଲୋକସଭା ଅଧିନରେ ଆସୁଥିବା ବିଧନସଭାରେ ମଧ୍ୟ ମତଦାନ ହେବ । କେଉଁ ମତଦାନ କେନ୍ଦ୍ରରେ କେତେବେଳ ଯାଏଁ ଭୋଟ୍ ଗ୍ରହଣ ହେବ, ସେଥିପାଇଁ ସମୟ ନିର୍ଘଣ୍ଟ କରିଛନ୍ତି ନିର୍ବାଚନ କମିଶନ ।

Advertisment

କେଉଁଠି କେତେବେଳେ ଭୋଟ୍?

- କଳାହାଣ୍ଡି ନୂଆପଡ଼ାର ୩୯ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍
- ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୫ଟା ଯାଏର୍ ଭୋଟ୍ ଗ୍ରହଣ ହେବ
- କଳାହାଣ୍ଡି ଖଡ଼ିଆଳର ୨୯ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍
- ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ୍ ଗ୍ରହଣ ହେବ
- ଲାଞ୍ଜିଗଡ଼ର ସମସ୍ତ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍
- ଜୁନାଗଡ଼, ଧର୍ମଗଡ଼ ଓ ଭବାନୀପାଟଣାରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ୍
- ନର୍ଲାର ୧୯ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍
- ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୫ଟା ଯାଏର୍ ଭୋଟ୍ ଗ୍ରହଣ
- ନବରଙ୍ଗପୁର ଉମରକୋଟର ୨୨ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍
- ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ
- ଝରିଗାଁର ୨୬ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍
- ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ
- ନବରଙ୍ଗପୁର ୧୦ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍
- ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୬ଟା ଯାଏଁ ଭୋଟ୍ ଗ୍ରହଣ
- ଡାବୁଗାଁର ୪ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍
- ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟ୍
- କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ସକାଳ ୭ଟା ୫ଟା ଯାଏଁ ମତଦାନ
- ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୬ଟି ନିର୍ବାଚନ ମଣ୍ଡଳୀରେ ୭ଟାରୁ ୬ଟା ଯାଏଁ ମତଦାନ
- କେବଳ ମୋହନାରେ ୭ଟାରୁ ୪ଟା ଯାଏଁ ଭୋଟ୍ ଗ୍ରହଣ
- ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡିରେ ୭ଟାରୁ ୬ଟା ଯାଏଁ ଭୋଟ୍
- କୋରାପୁଟ ସଂସଦୀୟ କ୍ଷେତ୍ରର ୪ଟି ନିର୍ବାଚନ ମଣ୍ଡଳୀରେ ସକାଳ ୭ରୁ ୫ଟା ଯାଏଁ ଭୋଟ୍
- ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୭ଟାରୁ ୫ଟା ଯାଏଁ ମତଦାନ
- ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ୭ଟାରୁ ୪ଟା ଯାଏଁ ଭୋଟ୍ ଗ୍ରହଣ
- କେବଳ ଜୟପୁରରେ ୭ଟାରୁ ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ