ଆସନ୍ତାକାଲି ସୂର୍ଯ୍ୟୋପରାଗ । ଜାଣନ୍ତୁ, କେବେ ଦୃଶ୍ୟମାନ ହେବ ସୂର୍ଯ୍ୟୋପରାଗ?

ଆସନ୍ତାକାଲି ସୂର୍ଯ୍ୟୋପରାଗ । ଜାଣନ୍ତୁ, କେବେ ଦୃଶ୍ୟମାନ ହେବ ସୂର୍ଯ୍ୟୋପରାଗ?

କନକ ବ୍ୟୁରୋ: ଆସନ୍ତାକାଲି ସୂର୍ଯ୍ୟୋପରାଗ । ଭାରତରେ ଏହି ପରାଗ ଆଂଶିକ ଭାବେ ଦୃଶ୍ୟମାନ ହେବ । ଚଳିତ ବର୍ଷର ଏହା ଶେଷ ସୂର୍ଯ୍ୟୋପରାଗ । ଓଡିଶାରେ ମଙ୍ଗଳବାର ଅପରାହ୍ନ ୪ଟା ୫୫ ମିନିଟରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ସୂର୍ଯ୍ୟ ଗ୍ରହଣ ୪ଟା ୫୭ ମିନିଟରେ ଦୃଶ୍ୟମାନ ହେବ । ରାଜଧାନୀରେ କେବଳ ୨୦ ମିନିଟ ପାଇଁ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛି ।

ସୂର୍ଯ୍ୟଗ୍ରହଣ ଏକ ମହାଜାଗତିକ ଘଟଣା । ଯେତେବେଳେ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଅତିକ୍ରମ କରିଥାଏ । ସେହି ସମୟରେ ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ର ଏକ ସରଳରେଖା କିଛି ସମୟ ପାଇଁ ରୁହନ୍ତି । ଆଉ ଚନ୍ଦ୍ର ଆଢୁଆଳରେ ସୂର୍ଯ୍ୟ ଲୁଚିଯାଇଥାଏ, ତାହାକୁ ସୂର୍ଯ୍ୟ ପରାଗ ବା ଗ୍ରହଣ ବୋଲି କହନ୍ତି । ଏହାଛଡା ସୂର୍ଯ୍ୟ ପରାଗକୁ ନେଇ ହିନ୍ଦୁ ଧର୍ମରେ ବହୁ ମାନ୍ୟତା ଓ ଲୋକ ବିଶ୍ୱାସ ରହିଛି ।

ଅନ୍ୟପଟେ ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । କାଲିର ନୀତିକାନ୍ତି ଆଜି ରାତିରୁ ଆରମ୍ଭ ହେବ ।

  • ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ନୀତି ହେବ
  • ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡପ ଶେଷ ହେବ
  • ଅବକାଶ ଓ ରୋଷହୋମ ଶେଷ ହେବ
  • ୨ଟା ସୁଦ୍ଧା ସରିବ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରାଧାଦାମୋଦର ବେଶ
  • ପରେ ଗୋପାଳବଲ୍ଲଭ, ସକାଳ ଧୂପ, ବାଳଭୋଗ ସହ ଭୋଗମଣ୍ଡପ ଉଠିବ
  • ଭୋର ୪ଟା ୫୭ ମିନିଟରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ
  • ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରିବ
  • ସଂଧ୍ୟା ୬ ଘଣ୍ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ
  • ସୂର୍ଯ୍ୟୋପରାଗ ପାଇଁ ମନ୍ଦିରରେ ଦର୍ଶନ ବନ୍ଦ ରହିବ ନାହିଁ
  • ଭକ୍ତମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe