କନକ ବ୍ୟୁରୋ: ଆସନ୍ତାକାଲି ସୂର୍ଯ୍ୟୋପରାଗ । ଭାରତରେ ଏହି ପରାଗ ଆଂଶିକ ଭାବେ ଦୃଶ୍ୟମାନ ହେବ । ଚଳିତ ବର୍ଷର ଏହା ଶେଷ ସୂର୍ଯ୍ୟୋପରାଗ । ଓଡିଶାରେ ମଙ୍ଗଳବାର ଅପରାହ୍ନ ୪ଟା ୫୫ ମିନିଟରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ସୂର୍ଯ୍ୟ ଗ୍ରହଣ ୪ଟା ୫୭ ମିନିଟରେ ଦୃଶ୍ୟମାନ ହେବ । ରାଜଧାନୀରେ କେବଳ ୨୦ ମିନିଟ ପାଇଁ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ସୂଚନା ଦେଇଛି ।
ସୂର୍ଯ୍ୟଗ୍ରହଣ ଏକ ମହାଜାଗତିକ ଘଟଣା । ଯେତେବେଳେ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଅତିକ୍ରମ କରିଥାଏ । ସେହି ସମୟରେ ପୃଥିବୀ, ସୂର୍ଯ୍ୟ ଓ ଚନ୍ଦ୍ର ଏକ ସରଳରେଖା କିଛି ସମୟ ପାଇଁ ରୁହନ୍ତି । ଆଉ ଚନ୍ଦ୍ର ଆଢୁଆଳରେ ସୂର୍ଯ୍ୟ ଲୁଚିଯାଇଥାଏ, ତାହାକୁ ସୂର୍ଯ୍ୟ ପରାଗ ବା ଗ୍ରହଣ ବୋଲି କହନ୍ତି । ଏହାଛଡା ସୂର୍ଯ୍ୟ ପରାଗକୁ ନେଇ ହିନ୍ଦୁ ଧର୍ମରେ ବହୁ ମାନ୍ୟତା ଓ ଲୋକ ବିଶ୍ୱାସ ରହିଛି ।
ଅନ୍ୟପଟେ ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । କାଲିର ନୀତିକାନ୍ତି ଆଜି ରାତିରୁ ଆରମ୍ଭ ହେବ ।
- ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ନୀତି ହେବ
- ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡପ ଶେଷ ହେବ
- ଅବକାଶ ଓ ରୋଷହୋମ ଶେଷ ହେବ
- ୨ଟା ସୁଦ୍ଧା ସରିବ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରାଧାଦାମୋଦର ବେଶ
- ପରେ ଗୋପାଳବଲ୍ଲଭ, ସକାଳ ଧୂପ, ବାଳଭୋଗ ସହ ଭୋଗମଣ୍ଡପ ଉଠିବ
- ଭୋର ୪ଟା ୫୭ ମିନିଟରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ
- ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରିବ
- ସଂଧ୍ୟା ୬ ଘଣ୍ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ
- ସୂର୍ଯ୍ୟୋପରାଗ ପାଇଁ ମନ୍ଦିରରେ ଦର୍ଶନ ବନ୍ଦ ରହିବ ନାହିଁ
- ଭକ୍ତମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/3-39.jpg)