କେବେ ଧରାପଡ଼ିବ ଭୁବନେଶ୍ୱରରେ ଆତଙ୍କ ଖେଳାଇଥିବା ହତ୍ୟାକାରୀ : ସାମନ୍ତରାପୁର ମିଠା କାରିଗର ହତ୍ୟାକାଣ୍ଡ ଘଟଣାରେ ପୁଲିସର ହାତ ଖାଲି

169

କନକ ବ୍ୟୁରୋ : ଭୁବନେଶ୍ୱର ସାମନ୍ତରାପୁର ମିଠା ଦୋକାନୀ ହତ୍ୟା ଘଟଣାରେ ଏଯାଏଁ ହତ୍ୟାକାରୀର ଟେର ପାଉନି କମିଶନରେଟ ପୋଲିସ । ଦିନ ଦ୍ୱିପହରରେ ଘଟିଥିବା ଏହି ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ଜାରି ହୋଇଥିଲେ ମଧ୍ୟ ହତ୍ୟାକାରୀ କିଏ ତାର ଖୋଜଖବର ପାଉନି ପୋଲିସ । ଏଭଳି ଥିଲା ପୁରା ଘଟଣା । ଲମ୍ବା ଖଣ୍ଡାଟିଏ ଧରି ଦୁର୍ବୃତ୍ତ ଗୋଡାଉଥିଲା ଏବଂ ଜୀବନ ବିକଳରେ ଧାଉଁଥିଲା ମିଠା କୋଦାନୀ ଜମ୍ମୁ ସାହୁ । ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଲୋକଙ୍କ ସାମ୍ନାରେ ଘଟିଥିଲା ଏହି ଘଟଣା । ଗୋଡାଇ ଗୋଡାଇ ହାଣିବାକୁ ଉଦ୍ୟମ କରିବାରେ ବିଫଳ ହେବା ପରେ ବାଇକରେ ଖଣ୍ଡା ଧରି ଗୋଡ଼ାଇଥିଲେ ଦୁର୍ବୃତ୍ତ ।

ଆଉ ଏହାର କିଛି ସମୟ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ଆଖି ବୁଜି ଦେଇଛନ୍ତି ମିଠା କାରିଗର ଜମ୍ମୁ ସାହୁ । ମୃତ ଜମ୍ମୁ ସାହୁଙ୍କ ପତ୍ନୀ କହିଥିଲେ, ପୂର୍ବଶତ୍ରୁତାରୁ ଘଟିଛି ଏହି ହତ୍ୟାକାଣ୍ଡ । ଏପରିକି ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ଜଣ ବ୍ୟକ୍ତିଙ୍କ ନାଁ ମଧ୍ୟ ସେ ନେଇଥିଲେ । ବଳରାମ ବେହେରା ଓ ଦିଲୁ ବେହେରାଙ୍କ ନାଁ ନେଇଥିଲେ ସେ ତଥାପି ପୋଲିସ ହତ୍ୟା ଘଟଣାର ଅଭିଯୁକ୍ତମାନଙ୍କୁ ଖୋଜି ପାଇନାହିଁ ।