କନକ ବ୍ୟୁରୋ: ଚିତ୍ରକୋଣ୍ଡାରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ଆରାମ୍ବ ହୋଇ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ସରୁନି କାମ । ପ୍ରକଳ୍ପ କାମ ଆରାମ୍ବ ହେବା ଦିନ ଠାରୁ ଆଜି ଯାଏଁ କେବଳ ଚାଲିଛି କାମ । ଆଉ କିଛି ଦିନ ପରେ ଗ୍ରୀଷ୍ମ ରୁତୁ ଆସିବ ଲୋକେ କିଭଳି ପିଇବା ପାଣି ପାଇବେ ତାହାକୁ ନେଇ ଏବେ ଚିନ୍ତାରେ ଅଂଚଳବାସୀ । ସବୁ ଜାଣି ଶୁଣି ଚୁପ ବସିଛି ଆର ଡ଼ବ୍ଲୁ ଏସ୍ ଏସ୍ ବିଭାଗ ।  କେବେ ସରିବ ମେଗା ପାନୀୟ ଜଳ ପ୍ରକଳ୍ପ କାମ ? ୫ ବର୍ଷ ବିତି ଯାଇଥିଲେ ମଧ୍ୟ ସରୁନି କାମ । ଖରା ଦିନ ନହେଉଣୁ ପିଇବା ପାଣି ଯୋଗୁ ସମସ୍ୟା ।

କାମ ଆରମ୍ଭ ହୋଇ ୫ ବର୍ଷ ବିତିଗଲାଣି । ହେଲେ ଚିତ୍ରକୋଣ୍ଡାରେ ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ପାଣି ମୁନ୍ଦାଏ ପାଇଁ ଏବେଠାରୁ ଡହଳ ବିକଳ ହେଲେଣି ଲୋକେ । ଖରାନହେଉଣୁ ପାଣି ଯୋଗୁ ଅସୁବିଧା ଭୋଗିଲେଣି ଅଂଚଳବାସୀ । ଠିକା ସଂସ୍ଥା ବାରମ୍ବାର କାମର ଅବଧୀ ବଢାଇ ଚାଲିଥିବା ବେଳେ ପ୍ରସାଶନ କିନ୍ତୁ ନୀରବଦ୍ରଷ୍ଟା ପାଲଟିଛି । ୨୦୧୮ ମସିହାରେ ଏହି ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ କରାଯାଇ୍ଥିଲା । ୨କୋଟି ୨୬ ଲକ୍ଷ ଟଙ୍କାରେ କାମ ଆରମ୍ଭ ହୋଇ ଥିବା ବେଳେ ବର୍ତମାନ ଏହାର ଅଟକଳ ମୂଲ୍ୟ ୧କୋଟି ୧ ଲକ୍ଷ ଟଙ୍କାକୁ ବ୍ୃଦ୍ଧିହୋଇ ୩କୋଟି ୨୭ ଲକ୍ଷକୁ ପଂହଚିଲାଣି । ପମ୍ପ ହାଉସ ଏବେ କିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟଥିବାବେଳେ ପାଇପ୍ ବିଛାଇବା ନାଁରେ ରାସ୍ତା ଖୋଳି ନଷ୍ଟ କରି ଦେଇଛି ଠିକା ସଂସ୍ଥା । ବାରମ୍ବାର ଗ୍ରାମବାସୀଙ୍କ ଅଭିଯୋଗ ପରେ ମଧ୍ୟ କୌଣସି ସମାଧାନ ହୋଇପାରିନି ।

କିଛି ଘରେ ପାଇପ ସଂଯାଗ ଠିକା ସଂସ୍ଥା ଦେଇଥିବା ବେଳେ ଆଉ କିଛି ଘରେ ଦେଇନାହିଁ । ବିଭିନ୍ନ ସ୍ଥାନରେ ପାଇପ ଭାଙ୍ଗି ରୁଜି ପଡିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢି ଚାଲିିଛି ।

ପ୍ରକାଳ୍ପ କାମ ସରୁନଥିବ ବେଳେ ଅଂଚଳବାସୀ ବ୍ଲକ କାର୍ଯ୍ୟାଳୟଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏଥିପ୍ରତି ଖୁବଶୀଘ୍ର ଗୁରୁତ୍ୱ ଦିଆଯିବା ଜରୁରୀ ହୋଇପଡିଛି ।